Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଲବନ୍ଦୀରେ ଗୁପ୍ତଗଙ୍ଗା ଆଶ୍ରମ,ମୁଖ୍ୟ ପୋଲରୁ ଗୁପ୍ତଗଙ୍ଗା ଆଶ୍ରମକୁ ଏକ ପୋଲ ନିର୍ମାଣ ଦାବି

ଚିପିଲିମା,୨୫/୦୯ ସମ୍ବଲପୁର ବୁର୍ଲାଥାନା ଧନକଉଡା ବ୍ଲକ କାର୍ଡୋଳା ପଞ୍ଚାୟତ କାର୍ଡୋଳା ବନ୍ଧପାଲି ମଧ୍ୟଭାଗ ଅର୍ଥାତ ନବନିର୍ମିତ ପୋଲ ନିକଟରେ ଅବସ୍ଥିତ ରହିଛି ଗୁପ୍ତଗଙ୍ଗା ଆଶ୍ରମ।ଏଠାରେ ଏକ ହନୁମାନ ମନ୍ଦିର ଥିବାବେଳେ, ସନ୍ଥ ବାବା ରହୁଛନ୍ତି।ପ୍ରତ୍ୟେକ ମାସ ସଂକ୍ରାନ୍ତି ଓ ଶୁକ୍ଳପକ୍ଷ ନବମୀରେ ନାମଯଜ୍ଞ ସହ ଭଜନ କୀର୍ତ୍ତନ ହେଉଥିବାବେଳେ, ଶତାଧିକ ଭକ୍ତଙ୍କ ଭିଡ଼ ଜମିଥାଏ।ମହାନଦୀରେ ସାମାନ୍ୟ ବନ୍ୟା ହେଲେ ଜଲବନ୍ଦୀରେ ରହୁଛି ଗୁପ୍ତଗଙ୍ଗା ଆଶ୍ରମ।ଫଳରେ ସନ୍ଥ ବାବା ମାନେ ବହୁତ କଷ୍ଟରେ ଜୀବନଯାପନ କରୁଛନ୍ତି।ଖାଲି ଏତିକି ନୁହେଁ, ଜଳବନ୍ଦୀ ହେବାଦ୍ୱାରା ବିଭିନ୍ନ ରୀତିନୀତି ତଥା ବିଭିନ୍ନ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେଉଥିବା ପରିଲିକ୍ଷିତ ହେଉଛି।ଏହିସବୁ ଅସୁବିଧା କୁ ଦୃଷ୍ଟିରେ ରଖି ପ୍ରସାଶନ ସ୍ଥିତିକୁ ଅନୁଧ୍ୟାନ କରି ଆରଡ଼ି ପୋଲରୁ ଗୁପ୍ତଗଙ୍ଗା କୁ ଏକ ଛୋଟିଆ ପୋଲ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳର ସଚେତନ ମହଲରେ ଦାବିହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ