Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଡ଼ଭଗାରେ ମୁମ୍ବେଇ ଓ ହାଇଦ୍ରାବାଦରୁ 4ଜଣ ବିଶେଷଜ୍ଞ ଦଳ ମାଗଣା ସ୍ୱାସ୍ଥ୍ୟ ମେଳା ରେ ଯୋଗ ଦେବେ

ଅତାବିରା, 25/9- ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାଠାରେ ହେବାକୁ ଥିବା ଦୁଇଦିନିଆ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ବାହାର ରାଜ୍ୟ ମୁମ୍ବେଇ ଓ ହାଇଦ୍ରାବାଦରୁ 4ଜଣ ବିଶେଷଜ୍ଞ ଦଳ ଯୋଗ ଦେବେ ବୋଲି ସୋମବାର ଏକ ଖବରଦାତା ସମ୍ମିଳନୀ ରେ ପ୍ରକାଶ କରାଯାଇଛି l
ଆୟୋଜକ ଡ଼ା. ଚୈତନ୍ୟ ପ୍ରଧାନ ଖବରଦାତାଙ୍କୁ ସୂଚନା ଦେଇ ପ୍ରକାଶ କରିଛନ୍ତି ଯେ, ବିଭିନ୍ନ ଡାକ୍ତରଖାନା ରେ ଲୋକେ ସ୍ୱାସ୍ଥ୍ୟ ସେବା ନେଇ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବେଳେ ବେଳେ ଉତ୍ତମ ସ୍ୱାସ୍ଥ୍ୟ ସେବା ନ ପାଇ ନିଜ ଆତ୍ମୀୟ ଙ୍କୁ ହରାଇବାକୁ ପଡୁଛି l ସ୍ୱାସ୍ଥ୍ୟ ସେବା ପାଇବା ଆଶାରେ ଥିବା ଲୋକଙ୍କୁ କିଭଳି ନିକଟରେ ଏବଂ ଉତ୍ତମ ରୂପେ ଯୋଗାଇ ଦିଆଯାଇପାରିବ ସେ ନେଇ ଅଂଚଳର ଲୋକଙ୍କୁ ସଚେତନତା ସହ ସ୍ୱାସ୍ଥ୍ୟ ପରାମର୍ଶ ନିତାନ୍ତ ଆବଶ୍ୟକତା ରହିଛି l ଏହାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର 30 ଓ ଅକ୍ଟୋବର ପହିଲାରେ ଦୁଇଦିନିଆ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ର ଆୟୋଜନ କରାଯାଇଛି l ଗୋଡ଼ଭଗା ଫାଣ୍ଡି ପାଖରେ ଥିବା ସୁମନ ସଞ୍ଜିବନୀ ପଲିକ୍ଲିନିକ ସହାୟତାରେ ହେବାକୁ ଥିବା ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ମୁମ୍ବେଇ ରୁ ବମ୍ବେ ହସପିଟାଲ ଓ ମେଡିକାଲ ରିସର୍ଚ୍ଚ ସେଣ୍ଟର ର ଡାକ୍ତର ହରିରାମ ରାମନିୱାସ ଝୁନଝୁନୱାଲା, ହିନ୍ଦୁକା ହେଲଥ କ୍ୟାର ସର୍ଜିକାଲ ହସପିଟାଲ ର ଡାକ୍ତର ହେମନ୍ତ ବଂଶୀଲାଲ ଭଣ୍ଡାରୀ, ବମ୍ବେ ହସ୍ପିଟାଲର ଡାକ୍ତର କରଣ ଦିଲିପ ଭାନୁଶାଳି ଏବଂ ହାଇଦ୍ରାବାଦ ଜେ. ଓ. ଆଇ. ହସପିଟାଲ ର ଡାକ୍ତର ରମେଶ ଚନ୍ଦ୍ର କତ୍ରାଗଡ଼ା ପ୍ରମୁଖ ଚାରି ଜଣିଆ ବିଶେଷଜ୍ଞ ଦଳ ଯୋଗ ଦେଇ ଲୋକଙ୍କ ଚିକିତ୍ସା କରିବେ l ସେମାନଙ୍କ ସହ ସ୍ଥାନୀୟ ସମ୍ବଲପୁର ଓ ବରଗଡ଼ ଜିଲା ର କେତେକ ପ୍ରମୁଖ ଚିକିତ୍ସକ ଯୋଗ ଦେବେ l ଏଥିରେ ବିଶେଷତଃ ଭେଷେଜ ରୋଗର ଉଚ୍ଚ ରକ୍ତଚାପ, ମଧୁମେହ, ଥାଏରଏଡ଼, କିଡ଼ନୀ, ଛାତି, ପେଟ, ମୁଣ୍ଡ, ଅପସ୍କାର, ସିକଲିନ, ରକ୍ତହୀନତା ଏବଂ ଅସ୍ଥି ରୋଗର ଆଣ୍ଠୁଗଣ୍ଠି, ଗଣ୍ଠିବାତ, ସିଆଟିକା, ମେରୁଦଣ୍ଡ, ସ୍ୱଣ୍ଡିଲୋସିସ, ଓଷ୍ଠିପରୋସିସ ଆଦି ରୋଗରେ ସ୍ୱାସ୍ଥ୍ୟ ଅସୁବିଧା ଭୋଗ କରୁଥିବା ବ୍ୟକ୍ତି ଙ୍କୁ ଉତ୍ତମ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିରରେ ଯୋଗାଇ ଦିଆଯିବ l ଏହି ଖବରଦାତା ସମ୍ମିଳନୀ ରେ ସହଯୋଗୀ ବିଭୁ ରଞ୍ଜନ ମହାନ୍ତି ମଧ୍ୟ ଉପସ୍ଥିତ ରହି ଉପସ୍ଥିତ ଖବରଦାତାଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ସଫଳତା ପାଇଁ ନିବେଦନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ