Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଧାନ ସଭା ସ୍ତରୀୟ ଫୁଟବଲ ମହାକୁମ୍ଭ ମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ଖଡ଼ିଆଳ : ଖଡ଼ିଆଳ ସହର ସ୍ଥିତ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ୍ ପଡ଼ିଆରେ ଆରମ୍ଭ ହୋଇଛି ବିଧାନ ସଭାସ୍ତରୀୟ ଫୁଟବଲ ମହାକୁଂଭ। ଖଡ଼ିଆଳ ବିଧାନସଭା ଅନ୍ତର୍ଗତ ଖଡ଼ିଆଳ, ବୋଡ଼େନ ଓ ସିନାପାଲି ବ୍ଲକର ପ୍ରତି ଗ୍ରାମ ପଞ୍ଚାୟତ ଓ ଖଡ଼ିଆଳ ଏନ୍ଏସି ର ୭୦ଟି ଫୁଟବଲ ଦଳ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଏନେଇ ଆଜି ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା। ମାଆ ସମଲେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା କରି ଆୟୋଜକ କମିଟିର ସଦସ୍ୟ, ସତୁରୀଟି ଦଳର ଖେଳାଳି, ସମସ୍ତ ପଞ୍ଚାୟତ ପ୍ରତିନିଧିଙ୍କ ସମେତ ଚାରିଟି ରାମକାଠି ଦଳ, ଛଅଟି ଘୁମୁରା ଦଳ ଓ ଗୋଟିଏ ଦୂଳଦୁଲି ବାଜା ଶୋଭାଯାତ୍ରାରେ ଅଂଶଗ୍ରହଣ କରି ସହର ପରିକ୍ରମା କରିଥିଲା ଓ ଖେଳ ପଡ଼ିଆରେ ପହଞ୍ଚିଥିଲା। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଜନା ଓ ସମନୁୟ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ,ନୂଆପଡା ସ୍ପୋର୍ଟ ଏସୋସିଏସନ ଜିଲ୍ଲା ସଭାପତି ସରୋଜ ସାହୁ(ଭୈରବ) ଯୋଗଦନ କରି ଓଡିଶା କାହିଁକି ସାରାଭାସରତ ବର୍ଷରେ ଏପରି ଏକ ବିଶାଳ ଟୁର୍ଣ୍ଣାମେଣ୍ଟ ଆୟୋଜନ ସେ ପ୍ରଥମ ଥର ଦେଖୁଥିବା ପ୍ରକାଶ କରିବା ସହ ଏହାଦ୍ବାରା ଗ୍ରାମାଞ୍ଚଳ ଫୁଟବଲର ବିକାଶ କରିବ ବୋଲି କହିଥିଲେ। ଖଡ଼ିଆଳ ବିଧାୟକ ତଥା ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଆୟୋଜକ ଅଧିରାଜ ପାଣିଗ୍ରାହୀ ଆମ ଅଞ୍ଚଳରେ ପୁଣିଥରେ ଫୁଟବଲ ଖେଳ ଲୋକପ୍ରିୟତା ହାସଲ କରି ପାରିବ ବୋଲି ମତ ଦେଇଥିଲେ। ଆୟୋଜକ କମିଟିର ସାଯୋଜକ ଜିତେନ୍ଦ୍ର ନାଥ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଖଡ଼ିଆଳ କ୍ରିକେଟ ଏସୋସିଏସନର ସମ୍ପାଦକ ଛବି ସାଗର ,ସନ୍ତୋଷ କୁମାର ପଟ୍ଟନାୟକ ସମେତ ସମସ୍ତ କେସିଏସଏ ସଦସ୍ୟ ମାନେ ସହଯୋଗ କରୁଛନ୍ତି । ପରେ ସମ୍ବଲପୁରୀ ଗାୟିକା ଅର୍ଚ୍ଚନା ପାଢୀଙ୍କ ଆର୍କେଷ୍ଟ୍ରା ସହ ଲିଟିଲ୍ ଷ୍ଟାର ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ ଫ୍ଲଡ ଲାଇଟ୍ରେ ଗୋଡ଼ାଲ ଦଳ ଓ ଖଇରା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ବାର ତାରିଖରେ ସରିବ। ଚମ୍ପିୟାନ ଦଳ ଓ ରନର୍ସ ଅପ୍ ଦଳକୁ ଟ୍ରଫି ସହ ନଗଦ ଅର୍ଥ ରାଶି ପ୍ରଦାନ କରାଯିବ । ଏହା ବ୍ୟତୀତ ପ୍ରତ୍ୟେକ ଦିନ ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରାଯିବ। ଆୟୋଜକ କମିଟି ତରଫରୁ ପ୍ରତି ଦଳକୁ ଖେଳ ସରଞ୍ଜାମ ଯୋଗାଇ ଦିଆ ଯାଇଥିବା ଜଣାପଡିଛି। ଅଧିକାଂଶ ମ୍ୟାଚ୍ ଫ୍ଲଡ ଲାଇଟ୍ ରେ ଖେଳା ଯିବାକୁ ଥିବାରୁ ଖେଳ ପଡ଼ିଆରେ ଉନ୍ନତ ମାନର ଲାଇଟ୍ ବ୍ୟବସ୍ଥା କରାଯାଇଛି।