Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ସେବା ଯୋଜନା ଦିବସ ପାଳିତ

ଖଡ଼ିଆଳ : ଖଡ଼ିଆଳ ସ୍ଥିତ ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟ ଠାରେ ୫୫ ତମ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ସୌମ୍ୟ ରଞ୍ଜନ ସିଂଙ୍କ ସ୍ଵାଗତ ଅଭିଭାଷଣ ପରେ ମୁଖ୍ଯ ଅତିଥି ଭାବେ ନୃତତ୍ତ୍ବ ବିଭାଗର ମୁଖ୍ଯ ଡ. ଶିବ କୁମାର ଛାତ୍ର ଛାତ୍ରୀମାନଙ୍କୁ ଏନଏସଏସର ଲକ୍ଷ୍ଯ, ଗୁରୁତ୍ୱ ଏବଂ ଆବଶ୍ୟକ ସଂବଦ୍ଧ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀଙ୍କ ମଧ୍ୟରେ ଜ୍ୟୋତିପ୍ରକାଶ ହଂସ, ସୁନିଲ କୁମାର ନିଆଲ, ମୈତ୍ରୀ ସା, ନୈମିଶ୍ଯ ନାରାୟଣ, ମାଧବ ଜାଲ, ରୋହିତ ତାଣ୍ଡି, ଫିଜା ଆଫ୍ରିକାର, ହରିପ୍ରିୟା ସିଂ, ନରେଶ କୁମାର ଆଦି ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ହେମନ୍ତ କୁମାର ସଗରିୟା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ