Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିନ ଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳିତ

ଖଡ଼ିଆଳ : ଖଡିଆଳ ସ୍ଥିତ ଶ୍ରୀଜି ମଣ୍ତପ ଠାରେ ଆଜି ପଣ୍ଡିତ ଦିନଦୟାଲ ଉପାଧ୍ୟେୟଙ୍କ ୧୦୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଯୋଗ ଦେଇ ପଣ୍ଡିତ ଦିନଦୟାଲ ଉପାଧ୍ୟେୟଙ୍କ ଜୀବନରେ ଅନୁପ୍ରାଣିତ ହୋଇ ତାଙ୍କ ଦେଇଥିବ ମହତ ବାଣୀକୁ ଅନ୍ତୋଦୟ ଏବଂ ଏକାତ୍ମ ମାନବବାଦ ଦିଗଦର୍ଶନ, ସଂକଳ୍ପ ଏବଂ ମାର୍ଗ ଦର୍ଶନକୁ ନେଇ ଦେଶର ଗରିବ, କିସାନ, ଦଳିତ, ପିଛଡା ବର୍ଗର ନାଗରିକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ କର୍ମକର୍ତ୍ତା ମାନେ ଆଲୋଚନା କରିଥିଲେ। ଖଡିଆଳ ବ୍ଲକର ୪ ଗୋଟି ମଣ୍ଡଲ କର୍ମକର୍ତ୍ତା ମାନେ ସାମିଲ ହୋଇ ଜନ୍ମ ଜୟନ୍ତୀ ପାଳନ କରିଛନ୍ତି। ଏହି ସଭାରେ ବିଜେପି ଜିଲା ଉପ ସଭାପତି ମୋହନ ଭାଇ ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି, ପୃଥିରାଜ ମହାନ୍ତି ଏବଂ ଅତିନ୍ଦ୍ର ସିଂ ମଲ୍ଲିକ ଯୋଗ ଦେଇଥିଲେ। ବିଜେପି ଜିଲା ସମ୍ପାଦକ ଦେବ ଦେବ ସିଂହ ଦେଓ ମଞ୍ଚ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ