Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଟନଇ ରେ ଥିବା ପୁରୁଣା ବ୍ରିଜ ହଟାଇବା ନେଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ।

ଗୋପାଳପୁର,୨୫/୦୯ ରଙ୍ଗେଇଲୁଣ୍ଡା ବ୍ଲକ ର ଚାଷୀକୁଳ ଙ୍କ ଦୁଃଖ ଭାବେ ପରିଚିତ ପାଟ ନଇ ର‌ ପୁନରୁଦ୍ଧାର ସହ ପୁରୁଣା ବ୍ରିଜ କୁ ହଟାଇବା ପାଇଁ ଆଜି ଅନେକ ଚାଷୀ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯାଳୟ ରେ ଅନୁଷ୍ଠିତ ଅଭିଯୋଗ ଶୁଣାଣୀ ରେ ଅଭିଯୋଗ କରିବା ସହ ଦାବି ପତ୍ର ପ୍ରଦାନ କରିଛନ୍ତି। ଚାଷୀ ଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ବର୍ଷ ଧରି ବାହାନା ନାଳ ଓ ସାପୁଆ ନାଳ ରେ ପ୍ରବାହିତ ହେଉଥିବା ବର୍ଷା ଜଳ ମାର୍କଣ୍ଡି ମୁହାଣ ଦେଇ ସମୁଦ୍ର ରେ ମିଶି ଥାଏ। କିନ୍ତୁ ଏହି ଦୁଇ ନାଳର ଜଳ ପ୍ରବାହିତ ହେଉଥିବା କେନାଲ ଗୁଡ଼ିକ ର ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ବର୍ଷା ଦିନ ମାନଙ୍କରେ ତଳିଆ ଅଞ୍ଚଳରେ ରହିଥିବା ଚାଷ ଜମି ରେ ପାଣି ଜମି ଫସଲ ନଷ୍ଟ ହେଉଥିଲା।ଏହା ନେଇ ବିଭିନ୍ନ ସମୟରେ ଦାବି ଉପସ୍ଥାପନ ପରେ ସରକାର ଙ୍କ ପକ୍ଷରୁ ମାର୍କଣ୍ଡି କୁ ସଂଯୋଗ କରୁଥିବା ରାସ୍ତା ରେ ଥିବା ପୁରୁଣା ବ୍ରିଜ ସ୍ଥାନ ନୂଆ ବ୍ରିଜ ନିର୍ମାଣ ସହ ଦେଢବର୍ଷ ହେଲା କାର୍ଯ୍ୟକ୍ଷମ ହୋଇ ଥିଲେ ମଧ୍ୟ ପୁରୁଣା ବ୍ରିଜ କୁ ସେହି ସ୍ଥାନରୁ ହଟା ଯାଇ ନଥିବାରୁ ବର୍ଷା ଦିନ କେନାଲର ଦଳ ଗୁଡିକ ସେଠାରେ ଜମି ରହିଥିବାରୁ ବର୍ଷା ଜଳ ସଠିକ ଭାବେ ନିଷ୍କାସନ ହୋଇ ନପାରି ଜମିବା କୋଳଥିଗାଁ ସମେତ ଅନ୍ୟାନ୍ୟ ଅଞ୍ଚଳର ଚାଷ ଜମିରେ ବର୍ଷା ଜଳ ମାଡ଼ି ଯାଇ ଫସଲ ନଷ୍ଟ ହେଉଥିବା ଚାଷୀ ବିଜୟ ଚନ୍ଦ୍ର ଦଳାଇ, ଶ୍ରୀକାନ୍ତ ଦଳାଇ,ବାବାନାଥ ପାତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କ ପକ୍ଷରୁ ଦାବିନେଇ ରଙ୍ଗେଇଲୁଣ୍ଡା ବ୍ଲକ ବିଡ଼ିଓ ବିଶ୍ବଜିତ ରାୟ ଙ୍କୁ ଆସନ୍ତା ଏକ ସପ୍ତାହ ମଧ୍ୟରେ ପୁରୁଣା ବ୍ରିଜ ଭାଙ୍ଗିବା ନିମନ୍ତେ ନିର୍ଦ୍ଦେଶ ଦେଇଥିବା ଚାଷୀ ମାନେ ମତପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories