ଝାରସୁଗୁଡା ୨୬/୯ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ସାର୍ବଜନୀନ ଦୁର୍ଗା ପୂଜା ପାଇଁ ସ୍ଥାନୀୟ ପଦ୍ମାସିନି ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଦୁର୍ଗା ପୂଜା କମିଟି ର ସଭାପତି ମଙ୍ଗୁଲୁ ମେହେର ସଭାପତିତ୍ୱ କରିଥିଲେ । ଉକ୍ତ ବୈଠକରେ ଆସନ୍ତା ଦୁର୍ଗା ପୂଜା କିପରି ପାଳନ କରାଯିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ସାର୍ବଜନୀନ ଦୁର୍ଗା ପୂଜା ଅବସରରେ ରାବଣ ଦହନ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିଦ,ଗଣ୍ୟମାନ୍ୟ ବ୍ୟକ୍ତି ଏବଂ ଦୁର୍ଗା ପୂଜା କମିଟି ର ସଦସ୍ୟ ମାନେ ଉପସ୍ଥିତ ରହି ନିଜ ନିଜ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ଏହା ସହିତ ପ୍ରମୋଦ ସାହୁଙ୍କୁ ପୂଜାକର୍ତ୍ତା ଭାବେ ଉପସ୍ଥପିତ ସଦସ୍ୟ ମାନେ ସହମତି ପ୍ରକାଶ କରିଥିବା ସଭାପତି ଶ୍ରୀ ନେହେର ସୂଚନା ଦେଇଛନ୍ତି ।