Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚନୁଟମାଲ ଆଶ୍ରମ ବିଦ୍ୟାଳୟରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନସ୍ଥ ଚନୁଟମାଲ ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଲଏବାନ ବାଗଙ୍କ ସଭାପତିତ୍ବରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ମାଲ୍ୟବନ୍ତ ସୁନା ଯୋଗଦେଇ ଆଶ୍ରମ ବିଦ୍ୟାଳୟରେ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଅବିଭାବକ ମାନଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି କହିଥିଲେ। ଅନ୍ୟତମ ଅତିଥି ଖଡ଼ିଆଳ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରଜତ କୁମାର ସାହୁ ଏହାଦ୍ବାରା ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଲୋକଙ୍କୁ ତଥ୍ୟ ମିଳି ପାରୁଥିବା ମତବ୍ୟକ୍ତ କରିଥିଲେ।। ସମ୍ମାନିତ ଅତିଥି ଭାବରେ ସାଧନା କର୍ମୀ ତଥା ବରିଷ୍ଠ ଶିକ୍ଷକ ରଜନୀକାନ୍ତ ଯୋଷି ଓ ବିରିଘାଟ ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଇନ୍ଦ୍ର ବାଗ ମଞ୍ଚାସିନ ରହି ଶିକ୍ଷକ ଓ ଅଭିଭାବକ ମାନଙ୍କ ମଧ୍ୟରେ ଏକତା ରହିଲେ ବିଦ୍ୟାଳୟର ଉନ୍ନତି ହୋଇଥାଏ ଓ ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି ପାଇଥାଏ ବୋଲି କହିବା ସହ ସ୍କୁଲର ବିକାଶରେ ଅଭିଭାବକ ଓ ଶିକ୍ଷକ ମାନଙ୍କ ସମାନ ଦାୟିତ୍ଵ ରହିଥାଏ ବୋଲି ମତବ୍ୟକ୍ତ କରିଥିଲେ। ସଭା ଆରମ୍ଭରେ ଅତିଥି ମାନଙ୍କ ଦ୍ଵାରା ଦେବ ପୂଜନ କାର୍ଯ୍ୟକ୍ରମ ହେଇଥିବା ବେଳେ ଛାତ୍ରଛାତ୍ରୀ ମାନେ ସ୍ଵାଗତ ସଂଗୀତ ଗାନ କରିଥିଲେ । ବିଭିନ୍ନ ଯୋଜନା ଯଥା ଛାତ୍ର ବୃତ୍ତି, ପାଠ୍ୟକ୍ରମ, ବିଭିନ୍ନ ସହାୟତା ସଂପର୍କରେ ଜନସଚେତନ କରାଯାଇଥିଲା । ଏହା ସହ ବିଭିନ୍ନ ବିଭାଗ ପଞ୍ଚାୟତରାଜ, ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷା, କୃଷି,ଯୋଗାଣ, ମହିଳା ଓ ଶିଶୁ ,ମିଶନ ଶକ୍ତି ବିଭାଗ ଯୋଗ ଦେଇ ସରକାରଙ୍କ ସୁବିଧା ସୁଯୋଗ ସଂପର୍କରେ ଅଭିଭାବକଙ୍କୁ ଜଣାଇଥିଲେ । ଦ୍ଵିତୀୟ ପର୍ଯ୍ୟାୟର ଅଭିଭାବକ ଓ ଶିକ୍ଷାର୍ଥୀଙ୍କୁ
ନେଇ ରଙ୍ଗୋଲି, ଚିତ୍ରକଳା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଶେଷରେ ଅଭିଭାବକ ମାନେ ନିଜସ୍ୱ ମତ ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ମାନିନୀ ମେହେର ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ପରମେଶ୍ୱର ସାଗରୀଆ, ଧର୍ମୁ ମେହେର, ବିଦ୍ୟାଳୟ ଚେୟାରମ୍ୟାନ ବଲ୍ଲବ ଶବର, ସର୍ବଜ୍ଞ ଯୋଶୀ, ଶିକ୍ଷୟତ୍ରୀ ଭାର୍ଗବୀ ଶବର ପ୍ରମୁଖ ସହଯୋଗ କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ