Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଦର୍ଶ ଶ୍ରେଣୀ କକ୍ଷ ଉଦଘାଟିତ

ସମ୍ବଲପୁର:ଆଜି ବ୍ରଜମୋହନ ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟ ପରିସରରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଦର୍ଶ ଶ୍ରେଣୀ କକ୍ଷ ପ୍ରକଳ୍ପ ବିଦ୍ୟାଳୟ ଉଦଘାଟିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲାପାଳ ଶ୍ରମତୀ ଅନନ୍ୟା ଦାଶ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।ଆୟୋଜିତ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମିନାରାଣୀ ମଙ୍ଗଳ,ସହକାରୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଜୟଶ୍ରୀ ଦୋରା,ଧନକଉଡା ଶିକ୍ଷା ଅଧିକାରୀ ଡଃ.ସୁରେନ୍ଦ୍ର କୁମାର ସାହୁ,ସମ୍ବଲପୁର ଡିଇଆଇଟି ଶିକ୍ଷକ ପ୍ରଶିକ୍ଷକ ରଜନୀ କାନ୍ତ ଦାଶ,ସହକାରୀ ବ୍ଳକ ଶିକ୍ଷା ଅଧିକାରୀ ରମେଶ ମିଶ୍ର,ଜିଲ୍ଲା ପେଡାଗୋଜି ସଂଯୋଜିକା ପୁଷ୍ପଲତା ରାଉତରାୟ,ରାଜ୍ୟ ସାଧନ କର୍ମୀ ସୁବାସ ସାହୁ ପ୍ରମୁଖ ଯୋଗଦାନ କରି ଆଦର୍ଶ ଶ୍ରେଣୀ କକ୍ଷର ଉପାଦେୟତା ସଂପର୍କରେ ଆଲୋକପାତ କରିଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର କୁମାର ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ମହାପାତ୍ର,ମୀନାକ୍ଷୀ ପୂଜାରୀ, ନିର୍ମଳା ବାରିକ,ସ୍ୱାନ୍ତନାମୟୀ ଷଡଙ୍ଗୀ , ଶ୍ରାବଣୀ ବେହେରା, ଓ ସିଆରସିସି ଅସୀମ ପ୍ରଧାନ ସହଯୋଗ କରିଥିଲେ।