Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧରିତ୍ରୀ ବରଗଡ ଜିଲା ପ୍ରତିନିଧିଙ୍କ ପିତୃ ବିୟୋଗ

ଅତାବିରା,26/9-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗୁବୁଗl ଗହ୍ମାଟିକ୍ରା ସ୍ଥିତ ବାସ ଭବନରେ ଆଜି ବରଗଡ଼ ସାମ୍ବାଦିକ ସଂଘର ସମ୍ପାଦକ ତଥା ଧରିତ୍ରୀ ବରଗଡ଼ ଜିଲା ପ୍ରତିନିଧି ପ୍ରେମାନନ୍ଦ ଖମାରୀ ଙ୍କ ପିତା ଶତପଥୀ ଖମାରୀ ଙ୍କ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହେଉଥିଲା । କିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା କିଛି ଟା ଭଳ ନଥିଲା । କିନ୍ତୁ ସେ ସ୍ବଭାବିକ ଭାବେ ଚଲା ବୁଲା କରି ପାରୁଥିଲେ । ଆଜି ଅପରାହ୍ନ ପ୍ରାୟ ୩ଟା ୧୫ ମିନିଟ ରେ ହଠାତ୍ ତାଙ୍କର ପ୍ରାଣବାୟୁ ଚାଲି ଯାଇଥିଲା । ତାଙ୍କର ୬ ପୁଅ। କିଶୋର ,ଅଶୋକ ହୃଷୀକେଶ,ପ୍ରେମାନନ୍ଦ, ସରୋଜ ଓ ମନୋଜ ଏବଂ ତିନି ଝିଅ ଲଳିତା,ମାଧବୀ ଓ ନଳିନୀ ତଥା ନାତି ନାତୁଣୀ ଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ସ୍ତ୍ରୀ ଅନେକ ଦିନରୁ ଆର ପାରିକୁ ଯାଇ ସାରିଛନ୍ତି । ସ୍ବର୍ଗତ ଶତପଥୀ ଅଞ୍ଚଳର ଜଣେ ପରୋପକାରୀ ବ୍ୟକ୍ତି ଥିଲେ ଵୁଗୁବୁଗା, ଜାମଟିକ୍ରା, ପାଲି ବୁଗୁଵୁଗା, ଭୂତଟିକ୍ରl ଆଦି ଗ୍ରାମର ଲୋକଙ୍କ ମାଙ୍ଗଳିକ କାର୍ଯ୍ୟରେ ସାମିଲ ହୋଇ ଆବଶ୍ୟକ ପଡ଼ିଲେ ଆର୍ଥିକ ସହଯୋଗ ପାଇଁ ମଧ୍ୟ କେବେ ପଛଘୁଞ୍ଚା ଦେଇନଥିଲେ ।ଏପରିକି ନିଜର ନଅ ନଅ ଟି ସନ୍ତାନ ଥିଲେ ମଧ୍ୟ ସେଥି ପ୍ରତି ଭ୍ରୁକ୍ଷେପ ନ କରି ନିଜ ର ଜମି ବାଡି ର ଅନେକ ଅଂଶ ମଧ୍ୟ ସେ ଅନ୍ୟ ମାନଙ୍କ ମାଙ୍ଗଳିକ କାର୍ଯ୍ୟ ସମ୍ପlଦନାର୍ଥେ ବିକ୍ରି କରି ଦେଇଥିଲେ । ଆଜି ତାଙ୍କର ଅନ୍ତିମ ଦର୍ଶନ ପାଇଁ ଆଖ ପାଖ ଅଂଚଳର ବହୁ ଭଦ୍ର , ମାନ୍ୟ ,ଗଣ୍ୟ ବ୍ୟକ୍ତି ଙ୍କ ସମେତ ବରଗଡ଼ ତଥା ଅତାବିରା ର ସମସ୍ତ ଖବରଦାତା ଉପସ୍ଥିତ ହୋଇଥିଲେ । ଗ୍ରାମର ଶ୍ମଶାନ ରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି ।ବଡ ପୁଅ କିଶୋର ମୁଖlଗ୍ନି ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ