Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୁଡିଆଖମନରେସ୍ୱାସ୍ଥ୍ୟ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର: ବଡ ମୁଣ୍ଡାଲୋଇରେ କୈଶୋର ସ୍ୱାସ୍ଥ୍ୟ ସଚେତନତା

ସମ୍ବଲପୁର(କୁସୁମି):ଆଜି କୁଚିଣ୍ଡା ବ୍ଲକ ଅନ୍ତର୍ଗତ ପୁଡିଆ ଖମନ ଠାରେ ଏକ ସ୍ୱାସ୍ଥ୍ୟ ସଚେତନତା ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ସେହିପରି ବଡମୁଣ୍ଡାଲୋଇ ଆଶ୍ରମ ବିଦ୍ୟାଳୟ ଠାରେ କୈଶୋର ସ୍ୱାସ୍ଥ୍ୟ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।ନାବାର୍ଡର ଆଦିବାସୀ ଉନ୍ନୟନ ପାଣ୍ଠି ସହାୟତାରେ ସୋସିଆଲ ଏକ୍ସନ ଫର ରୁରାଲ କମ୍ୟୁନିଟି(ସାର୍କ) ପକ୍ଷରୁ ଏହା ଆୟୋଜନ କରାଯାଇଥିଲା। ଆୟୋଜିତ ସଚେତନତା ଶିବିରରେ ତାଲିମ ଦାତା ଜୀବର୍ଦ୍ଦନ କ୍ଷେତୀ, ଡାକ୍ତର ରାଜାରାମ ଷଡଙ୍ଗୀ ଜୀବନ ଶୈଳୀ,ଖାଦ୍ୟ ପେୟ,ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ସଂପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଇବା ସହିତ କୈଶୋର ସ୍ୱାସ୍ଥ୍ୟ ଉପରେ ବିଷଦ ଆଲୋଚନା କରାଯାଇଥିଲା ଏହାପରେ ଡା.ଷଡଙ୍ଗୀଙ୍କ ପରାମର୍ଶରେ ଆୟୋଜିତ ଚିକିତ୍ସା ଶିବିରରେ ୫୦ ରୁ ଉର୍ଦ୍ଧ୍ବ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଏହାକୁ କାର୍ଯ୍ୟକ୍ରମ ପରିଚାଳକ ଅଭିମନ୍ୟୁ ବାଗ ଓ ସିଆରପି ସ୍ଥାନୀୟ ଏଏନଏମ,ଆଶା ପ୍ରମୂଖ ପରିଚାଳନା କରିଥିଲେ । ଏହାକୁ ନାବାର୍ଡ ଏଜିଏମ ଧିରେନ୍ଦ୍ର ଦାଶ ଉଦଘାଟନ କରିଥିବା ବେଳେ ସାର୍କ ସଂପାଦକ ଅଶୋକ କୁମାର ପାଣିଗ୍ରାହୀ ସଂଯୋଜନା କରିଥିଲେ ।