Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍ସର୍ଗିତ ଶିକ୍ଷୟତ୍ରୀ କଲେ ଶରୀର ଦାନ

ସମ୍ବଲପୁର:ଜନ୍ମ ଓ ମୃତ୍ୟୁକୁ ନେଇ ସରକାରଙ୍କ ଯୋଜନା ପରେ ଯୋଜନା। କିନ୍ତୁ ଉତ୍ସର୍ଗିତ ଜୀବନକୁ ନେଇ ସାମାଜିକ ଅନୁଷ୍ଠାନ ‘ଉତ୍ସର୍ଗ’ର ଚେତନା ଜୀବନ ପାଇଁ ଆଣିଥାଏ ନୂତନ ସମ୍ଭାବନା।ଏଭଳି ଏକ ବାସ୍ତବ ଚିତ୍ର ଆଜି ପୁଣି ଥରେ ସାମ୍ନାକୁ ଆସିଛି। ସମ୍ବଲପୁର ଲକ୍ଷ୍ମୀନାରାୟଣ ଗଳିରେ ବସବାସ କରୁଥିବା ସ୍ୱର୍ଗତ ପଞ୍ଚାନନ ସାହାଣିଙ୍କ ଅବିବାହିତ ଝିଅ ସୁଶ୍ରି ନିର୍ମଳା ସାହାଣିଙ୍କ ଆଜି ସକାଳ ୭ଟାରେ ପରଲୋକ ଘଟିଥିଲା। ସୁଶ୍ରୀ ସାହାଣି ଜଣେ ଶିକ୍ଷୟତ୍ରୀ ଥିଲେ । ତାଙ୍କ ମୃତ୍ୟୁପରେ ସଂପୁର୍ଣ୍ଣ ଶରୀରକୁ ବୁର୍ଲା ଭିମସାର ଏନାଟୋମି(ଶରୀର ରଚନା)ବିଭାଗକୁ ସମର୍ପିତ କରିଛନ୍ତି। ଏଥିପାଇଁ ସେ ଗତ ୨୦୨୧ ମାର୍ଚ୍ଚ ମାସ ୧୯ ତାରିଖରେ ସମ୍ବଲପୁର ସହରରେ ଥିବା ସର୍ବ ପୁରାତନ ସାମାଜିକ ଅନୁଷ୍ଠାନ ‘ଉତ୍ସର୍ଗ’ ସହିତ ଚୁକ୍ତି କରିଥିଲେ। ଏହି କ୍ରମରେ ମୃତ ନିଲିମାଙ୍କ ସର୍ବାଙ୍ଗ ଶରୀରକୁ ଅପରାହ୍ନ ୨.୪୫ ମିନିଟେ ଅନୁଷ୍ଠାନର ରଜନୀ ନାଗ ଓ ମୃତ୍ୟୁଞ୍ଜୟ ସାହାଣିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭିମସାର ଏନାଟୋମି ବିଭାଗକୁ ହସ୍ତାନ୍ତର କରାଯାଇ ନିଳିମାଙ୍କ ଶେଷ ଇଚ୍ଛାକୁ ‘ଉତ୍ସର୍ଗ’ପାଳନ କରିବା ସହିତ ନିଳିମାଙ୍କୁ ସାଲ୍ୟୁଟ୍ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ