Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବରାଜଙ୍କ ୧୬ ବର୍ଷର ବିଶ୍ଵ ରେକର୍ଡ ଧ୍ଵସ୍ତ, ଏହି ବ୍ୟାଟର ୯ଟି ବଲରେ ମାରିଲେ ଅର୍ଦ୍ଧଶତକ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ପୁରୁଷ କ୍ରିକେଟରେ ଗ୍ରୁପ ଏରେ ନେପାଳ ଓ ମଙ୍ଗୋଲିଆ ମଧ୍ୟରେ ଏକ ଖେଳାଯାଇଛି। ଏହି ଟି-୨୦ ମୁକାବିଲାରେ ଅନେକ ବିଶ୍ଵ ରେକର୍ଡ ସ୍ଥାପନ ହୋଇଛି। ନେପାଳ ୨୭୩ ରନର ବିଶାଳ ବିଜୟ ହାସଲ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। କୁଶଲ ମଲ୍ଲା ଟି-୨୦ ଅନ୍ତର୍ଜାତୀୟରେ ଦ୍ରୁତତମ ଶତକ ହାସଲ କରିଥିବା ବେଲେ ଦୀପେନ୍ଦ୍ର ସିଂ ଏରୀ ସବୁଠୁ କମ ବଲରେ ଅର୍ଦ୍ଧଶତକ ହାସଲ କରିବାର ବିଶ୍ଵ ରେକର୍ଡ କରିଛନ୍ତି। କୁଶଲ ମଲ୍ଲା ରୋହିତ ଶର୍ମା, ଡେଭିଡ୍ ମିଲର ଓ ସୁଦେଶ ବିକ୍ରମ ଶେଖରଙ୍କ ବିଶ୍ଵ ରେକର୍ଡ ଭାଙ୍ଗିଛନ୍ତି। ସେପଟେ ଦୀପେନ୍ଦ୍ର ଯୁବରାଜ ସିଂଙ୍କ ୧୬ ବର୍ଷର ବିଶ୍ଵ ରେକର୍ଡ ଧ୍ଵସ୍ତ କରିଛନ୍ତି। ସେ ମାତ୍ର ୯ଟି ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ୧୦ଟି ବଲରୁ ସେ ୫୨ ରନର ବିଧ୍ଵଂସୀ ଇନିଂସ ଖେଳିଛନ୍ତି। ଏଥିରେ ୮ ଛକା ସାମିଲ୍।

ଟି-୨୦ ଅନ୍ତର୍ଜାତୀୟରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ଯୁବରାଜ ସିଂଙ୍କ ନାମରେ ଥିଲା। ସେ ୨୦୦୭ ବିଶ୍ଵକପରେ ଇଂଲଣ୍ଡ ବିପକ୍ଷରେ ୧୨ଟି ବଲରୁ ଅର୍ଦ୍ଧଶତକ ପୂରା କରିଥିଲେ। ଏହି ସମୟରେ ସେ ଷ୍ଟୁଆର୍ଟ ବ୍ରଡଙ୍କୁ ଗୋଟିଏ ଓଭରରେ ୬ଟି ଛକା ମାରିଥିଲେ। ସେହିପରି ଟି-୨୦ ଅନ୍ତର୍ଜାତୀୟରେ ଦ୍ରୁତତମ ଶତକର ରେକର୍ଡ ରୋହିତ, ମିଲର ଓ ବିକ୍ରମ ଶେଖରଙ୍କ ନାମରେ ଥିଲା। ଏହି ତିନି ଖେଳାଳି ୩୫ଟି ବଲରୁ ଶତକ ହାସଲ କରିଥିଲେ। ହେଲେ ନେପାଳର କୁଶଲ ମଲ୍ଲା ମାତ୍ର ୩୪ ବଲରୁ ଶତକ ଅର୍ଜନ କରି ତିନି ଜଣଙ୍କୁ ପଛରେ ପକାଇଛନ୍ତି। କୁଶଲ ମାତ୍ର ୫୦ ବଲରୁ ୮ ଚୌକା ଓ ୧୨ ଛକା ସହ ଅପରାଜିତ ୧୩୭ ରନର ଇନିଂସ ଖେଳିଛନ୍ତି।

ମ୍ୟାଚରେ ନେପାଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩୧୪ ରନର ବିଶାଳ ସ୍କୋର କରିଥିଲା। ଜବାବରେ ମଙ୍ଗୋଲିଆ ମାତ୍ର ୪୧ ରନରେ ଅଲଆଉଟ୍ ହୋଇଛି। ଏଥିସହିତ ଟି-୨୦ ଅନ୍ତର୍ଜାତୀୟରେ ନେପାଳ ବିଶ୍ଵ ରେକର୍ଡ ହାସଲ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ