ଟି-୨୦ ଅନ୍ତର୍ଜାତୀୟ ଇତିହାସର ସବୁଠୁ ବଡ଼ ବିଜୟ, ୨୭୩ ରନରେ ମଙ୍ଗୋଲିଆକୁ ହରାଇଲା ନେପାଳ


ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ପୁରୁଷ କ୍ରିକେଟରେ ଗ୍ରୁପ ଏରେ ନେପାଳ ଓ ମଙ୍ଗୋଲିଆ ମଧ୍ୟରେ ଏକ ଖେଳାଯାଇଛି। ଏହି ଟି-୨୦ ମୁକାବିଲାରେ ଅନେକ ବିଶ୍ଵ ରେକର୍ଡ ସ୍ଥାପନ ହୋଇଛି। ନେପାଳ ୨୭୩ ରନର ବିଶାଳ ବିଜୟ ହାସଲ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ନେପାଳ ଏହି ମ୍ୟାଚରେ ଅନେକ ବିଶ୍ଵ ରେକର୍ଡ ନିଜ ନାମରେ କରିଛି। ନେପାଳ ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ପ୍ରଥମ ଥର ୩୦୦ ରନର ମାଇଲ୍ ଖୁଣ୍ଟ ଛୁଇଁଛି।

ଟି-୨୦ ଅନ୍ତର୍ଜାତୀୟରେ ଏହା ପୂର୍ବରୁ ବିଶାଳ ସ୍କୋର କରିବାର ରେକର୍ଡ ଆଫଗାନିସ୍ତାନ ନାମରେ ଥିଲା। ଦଳ ଆୟରଲାଣ୍ଡ ବିପକ୍ଷରେ ୨୦ ଓଭରରେ ୩ ଓ୍ଵିକେଟରେ ୨୭୮ ରନ କରିଥିଲା। ହେଲେ ନେପାଳ ଏହି ମ୍ୟାଚରେ ୩ ଓ୍ଵିକେଟ୍ ହରାଇ ୩୧୪ ରନ କରିଛି। ମଙ୍ଗୋଲିଆକୁ ୪୧ ରନରେ ଅଲଆଉଟ୍ କରି ୨୭୩ ରନର ବିଶାଳ ବିଜୟ ହାସଲ କରିଛି। ନେପାଳ ଟି-୨୦ ଅନ୍ତର୍ଜାତୀୟରେ ରନ ଦୃଷ୍ଟିରୁ ବିଶାଳ ବିଜୟ ହାସଲ କରିଛି।

ଏହି ମ୍ୟାଚରେ କୁଶଳ ମଲ୍ଲା ମାତ୍ର ୫୦ ବଲରୁ ୮ ଚୌକା ଓ ୧୨ ଛକା ସହ ଅପରାଜିତ ୧୩୭ ରନର ଇନିଂସ ଖେଳିଛନ୍ତି। ସେ ଟି-୨୦ ଅନ୍ତର୍ଜାତୀୟରେ ଦ୍ରୁତତମ ଶକତ ହାସଲ କରିବାର ବିଶ୍ଵ ରେକର୍ଡ ସ୍ଥାପନ କରିଛନ୍ତି। କୁଶଳ ଦ୍ରୁତତମ ଶତକ ହାସଲ କରିଥିବା ରୋହିତ, ମିଲର ଓ ବିକ୍ରମ ଶେଖରଙ୍କ ରେକର୍ଡ ଭାଙ୍ଗିଛନ୍ତି। ସେହି ପରି ୧୦ଟି ବଲରୁ ସେ ୫୨ ରନର ବିଧ୍ଵଂସୀ ଇନିଂସ ଖେଳିଛନ୍ତି। ଏଥିରେ ୮ ଛକା ସାମିଲ୍। ଦୀପେନ୍ଦ୍ର ସିଂ ଏରୀ ୧୦ଟି ବଲରୁ ସେ ୫୨ ରନର ବିଧ୍ଵଂସୀ ଇନିଂସ ଖେଳିଛନ୍ତି। ଏଥିରେ ୮ ଛକା ସାମିଲ୍। ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ଯୁବରାଜ ସିଂଙ୍କ ବିଶ୍ଵ ରେକର୍ଡ ସେ ଭାଙ୍ଗିଛନ୍ତି।