Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ ଜିଲ୍ଲା ସଭାପତି ଘୋଷଣା ପରେ ବିଜେଡି କର୍ମୀ ମହଲରେ ଖୁସିର ଲହରୀ

ଚିପିଲିମା,ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଭାବରେ ପୂର୍ବତନ ମନ୍ତ୍ରୀ ତଥା ରେଢ଼ାଖୋଲ ବିଧାୟକ ଇଂ ରୋହିତ
ପୂଜାରୀ ମନୋନୀତ ହୋଇଥିବାବେଳେ,ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଧନକଉଡ଼ା ଜୋନ ରେ ବିଜେଡି କର୍ମୀ ମହଲରେ ଖୁସିର ଲହରୀ ଦେଖିବାକୁ ମିଳିଛି।ଧନକଉଡା ଜୋନ ୨ ଜିଲ୍ଲା ପରିଷଦ ସଭ୍ୟ ସୁଦର୍ଶନ ହରିପାଳଙ୍କ ନେତୃତ୍ୱରେ ଗତକାଲି ମଙ୍ଗଳବାର
ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ଗୋଶାଳା ଛକ ଠାରେ ବାଣ ଫୁଟାଇବା ସହ ମିଷ୍ଟାନ୍ନ ବଣ୍ଟନ କରି ଖୁସି ମନାଇଥିଲେ।ଏହି ଅବସରରେ କୁଦ ଗୁଣ୍ଡେରପୁର ଗ୍ରାମ ପଞ୍ଚାୟତ, ବସନ୍ତପୁର ଗ୍ରାମ ପଞ୍ଚାୟତ, କାର୍ଡୋଳା ଗ୍ରାମ ପଞ୍ଚାୟତ ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଯୋଗଦାନ କରିଥିଲେ।ଜିଲ୍ଲା ବିଜେଡି ଉପସଭାପତି କୁମାର ଚାନ୍ଦ ରାଉତ୍, ଚନ୍ଦନ ନାୟକ, ଘୁନୁ ସିଂ, ପୂର୍ବତନ ସରପଞ୍ଚ ଶ୍ରିହରି ନାଗ,ମନ ଥାପା, ଜିତୁ ମିଶ୍ର,ବୁଲୁ ଦେବତା, ସୁରୁବାବୁ ରାଉତ୍, ଅରବିନ୍ଦ ତ୍ରିପାଠୀ ,କୃଷ୍ଣ ଚନ୍ଦ୍ର ପ୍ରଧାନ, ସୁଜିତ୍ ସାହୁ, ସରୋଜ ପାଣି, ଏମଡି କାଲୁ, ପ୍ରଶାନ୍ତ ସିଂ, , ରାଜେଶ୍ ପ୍ରଧାନ, ଆନନ୍ଦ ବିଶ୍ଵାଲ, ଜଗ ବାରିକ,ବିଶ୍ୱାମିତ୍ର ପାତ୍ର, ସୁଦୀପ ବେହେରା, ମୁକୁନ୍ଦ ପାଣି, ପୂର୍ଣ୍ଣ ପଣ୍ଡା, ଧରଣୀ ରଣା,ରଞ୍ଜନ ଦାସ, ରିକୁ ରାଉତ୍, ଦେବେନ ଠେଟୁଆ, ଅଜିତ ବାଗ, ସଞ୍ଜୀବ ମିଶ୍ର, ଶଶି ସର୍ଭଙ୍ଗିଆ ଉପସ୍ଥିତ ଥିଲେ। ଧନକଉଡା ବ୍ଲକ ସଭାପତି ବାଞ୍ଛାନିଧି ମିଶ୍ରଙ୍କ ନେତୃତ୍ୱରେ ଅଞ୍ଚଳର ଶତାଧିକ ବିଜେଡି କର୍ମୀ ଯୋଗଦାନ କରିଥିଲେ।ସେହିପରି ଅବିଭକ୍ତ ଧନକଉଡା ବ୍ଲକ ସ୍ଥିତ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ବିଜେଡି କର୍ମୀ ମଧ୍ୟ ଯୋଗଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ