Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମତ୍ସ୍ୟ ବିଭାଗ ପକ୍ଷରୁ ଗୋପାଳପୁର ଠାରେ ମତ୍ସ୍ୟଜୀବୀ ଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ।

ଗୋପାଳପୁର,୨୭/୦୯ ଗୋପାଳପୁର ସ୍ଥିତ ମତ୍ସ୍ୟ ଅବତରଣ କେନ୍ଦ୍ର ପରିସରରେ ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀ ଙ୍କ ନିମନ୍ତେ ରହିଥିବା ବିଭିନ୍ନ ସରକାରୀ ସହାୟତା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଅତିରିକ୍ତ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ) ସୁବ୍ରତ କୁମାର ପଟ୍ଟନାୟକ ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମତ୍ସ୍ୟଜୀବୀ ମାନଙ୍କ ନିମନ୍ତେ ରହିଥିବା ରାଜ୍ୟ ଖସଡ଼ା ସହ ବିଭିନ୍ନ ସ୍କିମ ନେଇ ଅବଗତ କରାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ମତ୍ସ୍ୟ ଅଧିକାରୀ ପୂଜାରାଣୀ ସାହୁ, ଗୋପାଳପୁର ସହକାରୀ ମତ୍ସ୍ୟ ଅଧିକାରୀ ଖଗେନ୍ଦ୍ର ନାଥ ରଣା ପ୍ରମୁଖ ଉପସ୍ଥିତ ରହିଥିଲେ।ଏହି ସଭାରେ ଗୋପାଳପୁର ସମେତ ରେଉ କୁତୁରୁ ଓ ନୂଆ ବକ୍ସିପଲ୍ଲି ର ମତ୍ସ୍ୟଜୀବୀ ସମେତ ମତ୍ସ୍ୟଜୀବୀ ସଂଘର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ମତ୍ସ୍ୟଜୀବୀ ମାନେ ସେମାନଙ୍କ ଡଙ୍ଗା କୁ କୋଡିଂ କରାଇବା, ପାରମ୍ପରିକ ଡଙ୍ଗା ବଦଳରେ ମୋଟର ଚାଳିତ ଡଙ୍ଗା ବ୍ୟବହାର କରି ଲାଭବାନ ହେବା,ସରକାରୀ ସ୍ତରରେ ଦିଆଯାଉଥିବା ବିଭିନ୍ନ ସ୍କିମ ରେ ସାମିଲ ହେବାକୁ ମତ୍ସ୍ୟଜୀବୀ ମାନଙ୍କୁ ଅବଗତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories