Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ଭାରତ ମଣ୍ଡପମରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ

ଭବାନୀପାଟଣା, ୨୭/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଆର ଆଇ ଏସ ନୂଆ ଦିଲ୍ଲୀ ଦ୍ଵାରା ଆମନ୍ତ୍ରିତ ହୋଇ ଭାରତ ମଣ୍ଡପମ୍ ଠାରେ ଜି ୨୦ ୟୁନିଭର୍ସିଟି କନେକ୍ଟ ଫାଇନାଲ କାର୍ଯକ୍ରମ ରେ ଯୋଗ ଦେଇଥିଲା। କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ନେତୃତ୍ୱରେ ଇଂରାଜୀ ବିଭାଗର ମୁଖ୍ୟ ଡକ୍ଟର ଜୟଦେବ ସାହୁ, ପିଜି ଛାତ୍ରୀ କୁମାରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ, ଛାତ୍ରୀ କୁମାରୀ ସ୍ପର୍ଶା ମିଶ୍ର , ପିଜି ଛାତ୍ର ଶ୍ରୀ ସତ୍ୟବ୍ରତ ମହାପାତ୍ର ଓ ଶ୍ରୀ ଶୁଭମ୍ ମହାକୁଡ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ପ୍ରତିନିଧିତ୍ଵ କରିଥିଲେ। ପ୍ରଧାନମନ୍ତ୍ରୀ ସମ୍ମାନୀୟ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଭାରତର ବିକାଶ ଓ ସ୍ବଚ୍ଛତା ପାଇଁ କାର୍ଯ କରିବାକୁ ଉପଦେଶ ଦେଇଥିଲେ। ସବୁଠୁ ସୌଭାଗ୍ୟ ର ବିଷୟ ଯେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଛାତ୍ରୀ କୁମାରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ ଓ ଶ୍ରୀ ସତ୍ୟବ୍ରତ ମହାପାତ୍ରଙ୍କୁ ୩୦୦୦ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ପ୍ରଧାନ ମନ୍ତ୍ରୀଙ୍କ ସହିତ ବସିବାର ସୁଯୋଗ ମିଳିଥିଲା। ଏହା କଳାହାଣ୍ଡି ଓ ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବ ର ବିଷୟ। ଏହି ଛାତ୍ର ଓ ଛାତ୍ରୀ ମାନଙ୍କ ଆରଟିପିସିଆର ଟେଷ୍ଟ କରାଯାଇ ଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଛାତ୍ରୀଙ୍କୁ ତମେ କେଉଁଠୁ ଆସିଛ ବୋଲି ପଚାରି ଥିଲେ ଏବଂ ଓଡ଼ିଶାରୁ ଆସିଛନ୍ତି ଜାଣି ଜୟ ଜଗନ୍ନାଥ ବୋଲି କହିଥିଲେ। ଦିଲ୍ଲୀ ୟୁନିଭର୍ଶିଟିର ଜନୈକ ପ୍ରାଧ୍ୟାପକ ନୂଆ ଭାବରେ ପ୍ରତିଷ୍ଠିତ ହୋଇଥିବା କଳାହାଣ୍ଡି ବିଶ୍ଵ ବିଦ୍ୟାଳୟର ଛାତ୍ର ଛାତ୍ରୀ ମୋଦୀଙ୍କ ସାଙ୍ଗରେ ବସିବାର ବହୁ ସମ୍ମାନର କଥା ବୋଲି ଡକ୍ଟର ଜୟଦେବ ସାହୁଙ୍କୁ କହିଥିଲେ। ପ୍ରକାଶ ଥାଉକି, ଓଡ଼ିଶାର ଏହି ବିଶ୍ଵବିଦ୍ୟାଳୟ ଜି୨୦ ୟୁନିଭ ରସିଟି କନେକ୍ଟ କାର୍ଯକ୍ରମ କରିବାକୁ ଭାରତ ସରକାରଙ୍କ ଆର ଆଇ ଏସ ସଂସ୍ଥା ଦ୍ଵାରା ମନୋନୀତ ହୋଇ ଥିଲା ଏବଂ ଏପ୍ରିଲ ୧୦ ତାରିଖ ଦିନ ମହାସମାରୋହରେ ଏହି କାର୍ଯ୍ୟ କ୍ରମ କରାଯାଇ ଥିଲା ଯେଉଁ ଥିରେ ଡାଇରେକ୍ଟର ଜେନେରାଲ ପ୍ରଫେସର ଚତୁର୍ବେଦି ଯୋଗ ଦେଇ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ର ପ୍ରଶଂସା କରିଥିଲେ। ଜାତୀୟ ସ୍ତରରେ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ର ଆଦରକୁ ନେଇ ଅଞ୍ଚଳ ବାସୀ ଆନନ୍ଦିତ ହୋଇଛନ୍ତି। କୁଳପତି ଓ ତାଙ୍କ ଟିମ୍ ଆଜି ଯେତେବେଳେ ବିଶ୍ୱବିଦ୍ୟାଳୟ କୁ ପ୍ରତ୍ୟାବର୍ତ୍ତନ କଲେ ରେଜିଷ୍ଟ୍ରାର , ସିପିଯିଶୀ ଓ ବିତ୍ତନୀୟନ୍ତକ , ଅଧ୍ୟାପକ ଓ ଅଧ୍ୟାପିକା ମାନେ ତଥା ଶହ ଶହ ଛାତ୍ର ଛାତ୍ରୀ ମହା ଉତ୍ସାହରେ ସ୍ବାଗତ କରିଥିଲେ। ବିଶ୍ୱବିଦ୍ୟାଳୟ ର ପ୍ରେଖ୍ୟାଳୟ ରେ ଏକ କାର୍ଯକ୍ରମ ଅନୁଷ୍ଠିତ ହୋଇ ଥିଲା, ଯେଉଁଥିରେ ଭାଗ ନେଇଥିବା ଛାତ୍ର ଛାତ୍ରୀ , କୁଳପତି ଓ ଡକ୍ଟର ସାହୁ ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ତାପରେ ଏହି ଉପଲକ୍ଷେ ଏକ ପ୍ରେସ ମିଟ ର ଆୟୋଜନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ