Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ଼ମ୍ବା କାନାରା ବ୍ୟାଙ୍କ ନିଖୋଜ ବ୍ୟାଙ୍କ ମ୍ୟାନେଜର ଗିରିସୋଲା ରାସ୍ତା ରୁ ଉଦ୍ଧାର।

ଗୋପାଳପୁର,୨୭/୦୯
କଟକ ଜିଲ୍ଲା ବୈଦେଶ୍ବର ଥାନା ଅନ୍ତର୍ଗତ ବଡମ୍ବା ଠାରେ ଥିବା କାନାରା ବ୍ୟାଙ୍କ ର‌ ମ୍ୟାନେଜର ଗତ ୨୫ ତାରିଖରୁ ନିଖୋଜ ରହିଥିବା ବେଳେ ଆଜି ଅପରାହ୍ନରେ ଗୋଳନ୍ଥରା ପୁଲିସ ପକ୍ଷରୁ ଗିରିସୋଲା ଜାତୀୟ ରାଜପଥ ରୁ ମୋଟରସାଇକେଲ ସହ ଉଦ୍ଧାର କରିଛି।କାନାରା ବ୍ୟାଙ୍କ ମ୍ୟାନେଜର ତଥା ଗଜପତି ଜିଲ୍ଲା ଅନ୍ତର୍ଗତ ଖାଣ୍ଡାବା ବାଲିଗାଁ ଢେପ ସାହି ନିବାସୀ ତପନ କୁମାର ସାହୁ (୩୧) ଗତ ୨୫ ତାରିଖରେ ନିଜ ଶଶୁର ଘରୁ ବଡମ୍ବା ସ୍ଥିତ ବ୍ୟାଙ୍କ କୁ ଯିବାକୁ ବାହାରି ଥିଲେ , କିନ୍ତୁ ଦିନ ୧୦ ଟା ପରେ ଆଉ ତାଙ୍କ ମୋବାଇଲ ସୁଇଚ ଅଫ ରହିଥିଲା।ଏହା ନେଇ ବୈଦେଶ୍ବର ଥାନା ରେ ପରିବାର ପକ୍ଷରୁ ତପନ ନିଖୋଜ ରହିଥିବା ନେଇ ଅଭିଯୋଗ କରାଯାଇଥିଲା।ଏହା ମଧ୍ୟରେ ୨ ଦିନ ବିତିବାକୁ ଯାଉଥିବା ବେଳେ ଆଜି ତପନ ଜାତୀୟ ରାଜପଥ ନଂ ୧୬ ଗିରିସୋଲା ଦେଇ ବ୍ରହ୍ମପୁର ପଟକୁ ଆସୁଥିବା ପୁଲିସ ଜାଣିପାରି ଗୋଳନ୍ଥରା ଥାନା କୁ ଅବଗତ କରାଇଥିଲେ। ପୁଲିସ ପକ୍ଷରୁ ଗିରିସୋଲା ଠାରେ ତପନ ସମେତ ସେ ବ୍ୟବହାର କରୁଥିବା ମୋଟରସାଇକେଲ (ଏମ ଏଚ ୧୨ କ୍ୟୁ ଦେବ ୦୯୧୩) ମଧ୍ୟ ଜବତ କରି ଗୋଳନ୍ଥରା ଥାନାରେ ଅଟକ ରଖିବା ସହ ବଡମ୍ବା ଥାନା କୁ ଅବଗତ କରାଇଥିଲେ।ଖବର‌ ପାଇ ତପନ ଙ୍କ ସ୍ତ୍ରୀ ସମେତ ପରିବାର ବର୍ଗ ଗୋଳନ୍ଥରା ଥାନା ରେ ପହଞ୍ଚି ଆଲୋଚନା କରୁଥିବା ବେଳେ ବଡମ୍ବା ପୁଲିସ ଥାନା ରୁ ମଧ୍ୟ ଏକ ଟିମ୍ ଗୋଳନ୍ଥରା ଥାନା ରେ ପହଞ୍ଚି ବେ ପୁଲିସ ସୂଚନା ଦେଇଛି। ଅନ୍ୟ ପଟେ ତପନ ନିଖୋଜ ରହିବା ପରେ ବିଶାଖାପାଟଣା ପଳାଇ ଯାଇଥିବା ବେଳେ ସେଠାରୁ ଫେରୁଥିବା ବେଳେ ‌ଗୋଳନ୍ଥରା ପୁଲିସ ଉଦ୍ଧାର କରିଛି। ଅନ୍ୟ ପଟେ ତପନ ଜାଣିଶୁଣି ନିଖୋଜ ରହିଥିଲେ ନା ତାଙ୍କୁ କିଏ ଅପହରଣ କରି ନେଇଥିଲା ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories