ଅତାବିରା /ବରଗଡ଼, 28/9- ବରଗଡ଼ ଜିଲା ସଂସ୍କୃତି ଭବନ ଠାରେ ବୁଧବାର ଜିଲ୍ଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ କୁଇଜ ପ୍ରତିଯୋଗିତା ଜିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡେପୁଟି କଲେକ୍ଟର ଅଶ୍ୱିନୀ କୁମାର ଦାଶ ପ୍ରଦୀପ ପ୍ରଜ୍ଜଳନ କରି ଏହାକୁ ଉଦଘାଟନ କରିଥିବା ବେଳେ କଳାପାଣି ଗାନ୍ଧୀ ମେମୋରିଆଲ ମହାବିଦ୍ୟାଳୟ ର ଅଧ୍ୟାପିକା ସୁଷମା ଦାସ ପ୍ରତିଯୋଗିତା କୁ ପରିଚାଳନା କରିଥିଲେ l
ଏଥିରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତିଛତ୍ର ମାନେ ଅଂଶଗ୍ରହଣ କରିଥିଲେ l କନିଷ୍ଠ ବର୍ଗରେ ବରଗଡ଼ ରେନବୋ ପବ୍ଲିକ ସ୍କୁଲ ର ପ୍ରତୀକ ପ୍ରଧାନ, ନିଶାମଣି ଉଚ୍ଚ ବିଦ୍ୟାଳୟ ର ଅନିମେଷ ପଣ୍ଡା, ବେଥାନୀ କନଭେଣ୍ଟ ସ୍କୁଲ ର ରୁଦ୍ର ସାଇ ସାହୁ ଏବଂ ବରିଷ୍ଠ ବର୍ଗରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଅବିନାଶ ନାଗ, ଇମ୍ପେରିଆଲ କଲେଜର ଏମଡି ହୁସେନ, ମହିଳା ମହାବିଦ୍ୟାଳୟ ର ରୋଜି ବାଗ, ବିକାଶ ଆବାସିକ ବିଦ୍ୟାଳୟ ର ଶୁଭିକ୍ଷା ମିଶ୍ର ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରିଥିଲେ l ଏଥିରେ ଜିଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ବିଭିନ୍ନ ସ୍କୁଲ କଲେଜର ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥିତ ଥିବା ବେଳେ ବରଗଡ଼ ଜିଲା ପର୍ଯ୍ୟଟନ ଅଧିକାରୀ ପ୍ରମୋଦ କୁମାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ l