Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଳଦୀ ଭାଟି ଛକ ନିକଟରେ କାର ଧକ୍କାରେ ବାଇକ ଚାଲକ ଗୁରୁତ୍ୱର

କଳାହାଣ୍ଡି, ୨୮/୦୯ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଦଶପୁର ଫାଣ୍ଡି ହଳଦୀ ଭାଟି ଛକ ନିକଟରେ ବାଇକ ଆରୋହୀ ଜଣକୁ କାର ପଛ ପଟୁ ଧକ୍କା ଦେବାରୁ ଗୁରୁତର ଭାବରେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟ ରେ ଭର୍ତ୍ତି । ସୂଚନା ମତେ ଧର୍ମଗଡ ସିନାପାଲି ବିଜୁ ଏକ୍ସପ୍ରେସ ୱେ ରାସ୍ତା ରେ ବଙ୍ଗୋମୁଣ୍ଡା ରୁ ଓଡି ୦୩ ୱାଇ ୮୪୬୮ ନାମକ ଏକ କାର୍ କ୍ଷୀପ୍ର ଗତିରେ ଧର୍ମଗଡ ଅଭିମୁଖେ ଯିବା ବେଳେ ଚିଚିଆ ରାସ୍ତା ଦେଇ ଆସୁଥିବା ଓଆର ୦୮ ଏଫ ୫୬୪୧ ନାମକ ହିରୋ ପେଶନ ପ୍ଲସ ଗାଡିକୁ ଗୋଲାମୁଣ୍ଡା ଥାନା ଅଧିନ ହଳଦୀ ଭାଟି ଛକ ଠାରେ ପଛ ପଟୁ କାର ଧକ୍କା ଦେବାରୁ ବାଇକ ଚାଲକ ଛିଟିକି ପଡିଥିଲା । ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଁଚି ଗୁରୁତର ବାଇକ ଚାଲାକ କୁ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇ ଭର୍ତ୍ତି କରି ଥିଲେ ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଗୁରୁତର ଥିବାରୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଭବାନୀପାଟଣାକୁ ସ୍ଥାନାନ୍ତରିତ କରିଥିଲେ । ଗୁରୁତର ବ୍ୟକ୍ତି ଜଣକ ହେଉଛନ୍ତି ଗୋଲାମୁଣ୍ଡା ବ୍ଲକ ଦର୍ଲିପଡ଼ା ଗ୍ରାମର ରାଜମନ ମାଝୀ ବୟସ ୫୦। ସୂଚନା ଥାଉ କି କାର୍ ଚାଲକ ବାଇକ କୁ ଧକ୍କା ହେବା ଫଳରେ ବାଇକ୍ ଚାଳକଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଆଘାତ ଲାଗି ଗୁରୁତର ଆହତ ହୋଇଥିବା ବେଲେ ବାଇକ୍ ଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ନଷ୍ଟ ହୋଇଯାଇଛି । ଖବର ସଂଗ୍ରହ ଭିତରେ କୌଣସି କେଶ ଡାଏରି ହୋଇ ନ ଥିଲା । ଏଭଳି ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଟ୍ରାଫିକ ନିୟମ କଡାକଡି କରିଵାକୁ ସାଧାରଣରେ ଦାବି ହେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ