କଳାହାଣ୍ଡି,୨୮/୦୯-ସରକାରଙ୍କୁ ଅଧିକ ପରିମାଣର ରାଜସ୍ବ ମିଳୁଛି ବୋଲି ସରକାର ଦେଶୀ ମଦଭାଟିଗୁଡ଼ିକ ଖୋଲିବାକୁ ଅନୁମତି ଦେଇଛନ୍ତି ! ତେବେ ସରକାର ଡାଳେଡାଳେ ଗଲେ ପତ୍ରେପତ୍ରେ ଯାଉଛନ୍ତି ଏଇ ସ୍ବିକ୍ରୁତୀପ୍ରାପ୍ତ ମଦଭାଟିଗୁଡ଼ିକ ଓ ସେମାନଙ୍କ ମାଲିକ ସବୁ ! ଏଇପରି ଭାବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ସିକେରକୁପାଠାରୁ କଦମ୍ବଗୁଡ଼ା ଭାୟା ନର୍ଲା ମୁଖ୍ୟରାସ୍ତାର ଲାଞ୍ଜିଗଡ଼ରୋଡ଼ଠାରେ ଦୀର୍ଘ ଦିନରୁ ଆସ୍ଥାନ ଜମାଇଥିବା ଦେଶୀ ମଦଭାଟିକୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସିଛି ! ମୁଖ୍ୟ ରାସ୍ତାକୁ ଲାଗିଥିବା ଏଇ ଦେଶୀ ମଦଭାଟିରେ ସକାଳୁ ବିଳମ୍ବିତ ରାତିଯାଏଁ ମଦୁଆଙ୍କ ଭିଡ଼ ଲାଗିରହିଥାଏ ! ସେହିପରି ମୁଖ୍ୟ ରାସ୍ତାକୁ ଲାଗି ରହିଥିବା ଏଇ ଭାଟିର ଚାରିଶହ ମିଟର ଦୂରରେ ଲାଞ୍ଜିଗଡ଼ରୋଡ଼ ଜୁନିୟର କଲେଜ ଥିବାବେଳେ ଏଇ ରାସ୍ତା ଦେଇ ଛାତ୍ରଛାତ୍ରୀ ବିଶେଷ କରି ଛାତ୍ରୀମାନେ ମଦୁଆମାନଙ୍କ ଦୌରାତ୍ମ୍ୟର ଶିକାର ହୋଇଥାନ୍ତି ! ସେହିପରି ଲାଞ୍ଜିଗଡ଼ରୋଡ଼ ଅଞ୍ଚଳର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାବେଳେ ଏଇ ରାସ୍ତା ଦେଇ ଶହଶହ ଯାନବାହନ ଓ ଲୋକେ ଯାତାୟତ କରିଥାନ୍ତି ! ତେବେ କାକଭଟା ଗାଁ ନାମରେ ତଥା ହରପ୍ରସାଦ ସାହୁ ନାମକ ବ୍ୟକ୍ତିଙ୍କ ନାମରେ ଲାଇସେନ୍ସ ହାତେଇଥିବା ଏଇ ମଦଭାଟି ଲାଇସେନ୍ସ ପରିମାଣରୁ ଅଧିକ ମଦ ତିଆରି କରି ଗାଁ ଗାଁରେ ବେଆଇନ କୁଚିଆ ନିଯୁକ୍ତି କରିଛି ! ଲାଞ୍ଜିଗଡ଼ ରୋଡ଼ ପଞ୍ଚାୟତ ସମେତ ଆଖପାଖ କଦମ୍ବଗୁଡ଼ା, ଭୁର୍ଟିଗଡ଼, କମର୍ଦ୍ଧା, ଗୋବର୍ଦ୍ଧନପୁର ପଞ୍ଚାୟତର ଗାଁ ଗାଁରେ କୁଚିଆ ରଖି ଦେଶୀମଦର ବେଆଇନ ପ୍ରସାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ଏଇ ମଦଭାଟି ! ନିୟମାନୁସାରେ, ନିଜ ଭାଟିରେ ମଦ ପ୍ରସ୍ତୁତି ସହିତ ସେଠାରେ ବିକ୍ରି କରିବା ବଦଳରେ ଗାଁ ଗାଁକୁ ମଦକୋଠୀ ଖୋଲାଯାଇଛି ! ସେହିପରି ମଦ ତିଆରିରେ ଠିକ୍ ଭାଗମାପ ରଖୁନଥିବା ଏଠାରେ ମଦ ପିଉଥିବା ଲୋକେ ଅଭିଯୋଗ କରୁଥିବାବେଳେ ଏଠାରେ ପ୍ରସ୍ତୁତ ମଦ ପାଉଚଗୁଡିକରେ ନା ପ୍ରସ୍ତୁତି ତାରିଖ, ନା ରହିିଛି ଏକ୍ସପାଏରୀ ତାରିଖ ! ଯାହା ନିମ୍ନମାନର ଓ ନକଲି ମଦର ପ୍ରସାର ସନ୍ଦେହ ସ୍ରୁଷ୍ଟି କରୁଥିବାବେଳେ ଗ୍ରାହକମାନେ ବିଭିନ୍ନ ରୋଗରେ ପଡ଼ି ହଇରାଣ ହେଉଥିବା ମଧ୍ୟ ଅଭିଯୋଗ ହେଉଛି ! ମୁଖ୍ୟ ରାସ୍ତାକୁ ଲାଗି ଥିବା ଏଇ ମଦଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବାରମ୍ବାର ଦାବି ହେଉଥିଲେ ହେଁ ଜିଲ୍ଲା ପ୍ରଶାସନ, ଅବକାରୀ ବିଭାଗ ଆଖିବୁଜି ଦେଇଛନ୍ତି ! ଏଇ ଭାଟି ଅଧୀନରେ ମଧୁପୁର ଓ କମର୍ଦ୍ଧାଠାରେ ଦୁଇଗୋଟି ବ୍ରାଞ୍ଚ ରହିଥିବାବେଳେ କମର୍ଦ୍ଧା ବ୍ରାଞ୍ଚ ଜନବସତି ମଧ୍ୟରେ ଥିବାରୁ ସବୁବେଳେ ଜନ ଅଶାନ୍ତି ଲାଗି ରହିଥାଏ ! ସେହିପରି ଚମ୍ପାଦେଇପୁର, ମୁଷାନାଳ ଓ ଲାଞ୍ଜିଗଡ଼ଠାରେ ଥିବା ଦେଶୀମଦ ଭାଟିଗୁଡ଼ିକୁ ନେଇ ମଧ୍ୟ ସମାନ ଧରଣର ଅଭିଯୋଗ ରହିଛି ! ତେବେ ଅବକାରୀ ବିଭାଗର ଅବହେଳା ଓ ନିରବତା ଯୋଗୁଁ ଲାଇସେନ୍ସ ଆଳରେ ଏଇ ମଦଭାଟିଗୁଡ଼ିକ ଗାଁ ଗାଁରେ ଦେଶୀମଦର ପ୍ରସାର କରୁଛନ୍ତି ! ଏଣୁ ଅବକାରୀ ବିଭାଗ ଯଦି ଏଇ ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟି ଓ ବ୍ରାଞ୍ଚଗୁଡ଼ିକରେ ଚାଲିଥିବା ବେଆଇନ କାରବାର ଉପରେ ଅଙ୍କୁଶ ନଲଗାଇଲେ ଆଗାମୀ ଦିନରେ ମୁଖ୍ୟ ରାସ୍ତା ଉପରେ ଥିବା ଲାଞ୍ଜିଗଡ଼ରୋଡ଼ ମଦଭାଟି ସମେତ ଅନ୍ୟ ଭାଟିଗୁଡ଼ିକ ଘେରାଉ କରିବାକୁ ବିଭିନ୍ନ ମହିଳା ସଂଗଠନ ଓ ସାମାଜିକ ସଂଗଠନଗୁଡ଼ିକ ଚେତାବନୀ ଦେଇଛନ୍ତି !