Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ କାର୍ଯ୍ୟାଳୟ ରେ ନିଶା ପାନ କରିବା କେତେଦୂର ଯୁକ୍ତିଯୁକ୍ତ…?

ଭବାନୀପାଟଣା, ୨୮/୦୯ : ସରକାରୀ କାର୍ଯ୍ୟାଳୟ ପରିସର ରେ ନିଶା ଦ୍ରବ୍ୟ ସେବନ କରିବା ନିଷିଦ୍ଧ ଅଟେ।ହେଲେ ସ୍ଥାନୀୟ କାଳି ମନ୍ଦିର ନିକଟ ରେ ଥିବା ଜନ ସ୍ୱାସ୍ଥ୍ୟ ସହକାରୀ ବିଭାଗ କାର୍ଯ୍ୟାଳୟ ପରିସରରେ ଜୈନିକ ଠିକାଦାର ସିଗାରେଟ ପିଇ କାର୍ଯ୍ୟାଳୟ ପରିବେଶ କୁ ଦୂଷିତ କରିଦେଉଥିବା ପରି ଲକ୍ଷିତ ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତି ସିଗାରେଟ ପିଉ ଥିବା ବେଳେ କାର୍ଯ୍ୟାଳୟ କର୍ମଚାରୀମାନେ ଅସନ୍ତୋଷ ଥିବା ଜଣାଯାଇଥିଲା। ସେଠାରେ କନିଷ୍ଠ ଯନ୍ତ୍ରୀ ଜଣକ ଉପସ୍ଥିତ ଥାଇ ବି ପ୍ରତିବାଦ କରିବା ବଦଳ ରେ ଦେଖି ନ ଦେଖିଲା ଭଳି ନୀରବ ରହି ଯାଇଥିଲେ। ଯଦି ଅଧିକାରୀ ଏସବୁ ବେନିୟମ କାର୍ଯ୍ୟ କୁ ଦେଖି ନୀରବ ରହିବେ ତେବେ ବେନିୟମ କାର୍ଯ୍ୟ ଅନ୍ୟ ବ୍ୟକ୍ତି ଓ କର୍ମଚାରୀଙ୍କୁ କରିବାକୁ ପ୍ରସୟ ଦିଆଯାଉଛି ବୋଲି କର୍ମଚାରୀ କେତେକ ଆଲୋଚନା କରୁଥିବା ଜଣାଯାଇଛି। କେବଳ ଏହି ଜନ ସ୍ୱାସ୍ଥ୍ୟ ବିଭାଗ ରେ ଯେ ନିଶା ସେବନ ଭଳି ଘଟଣା ଘଟିଛି ତାହା ନୁହଁ ସହର ର ଅନେକ କାର୍ଯ୍ୟାଳୟ ଗୁଡିକ ରେ ହେଉଥିଲେ ବି କାହାରି ନିଘା ନାହିଁ। ଏଣୁ କାର୍ଯ୍ୟାଳୟ ପରିସର ରେ ନିଶାଦ୍ରବ୍ୟ ଯେପରି ବ୍ୟବହାର କରାଯାଇ ପାରିବ ନାହିଁ ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ