Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିନ ମଜୁରିଆଙ୍କ ଟଙ୍କା ହଡ଼ପ ଅଭିଯୋଗରେ ଜଣଙ୍କୁ କୋର୍ଟ ଚାଲାଣ

ନାରାୟଣ ପାଟଣା ୨୮/୦୯/୨୩ କୋରାପୁଟ ଜିଲ୍ଲା ନାରାୟଣ ପାଟଣା ବ୍ଲକରେ ଜଣେ ଦିନ ମଜୁରୀଆ ଙ୍କ ପାରିଶ୍ରମିକ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଆଜି କୋର୍ଟ ଚାଲାଣ ହୋଇଛି।ସିଏ ହେଲା ବାଲିପେଟା ଗ୍ରାମ ର ଧରମା ରାଜୁ ସୁବୁଦ୍ଧି ବୋଲି ଜଣା ପଡ଼ିଛି।ଆଜି ସିଏ ତୀର୍ଥ ଯାତ୍ରା କରିବା ପୂର୍ବରୁ ପୋଲିସ ହାତରେ ଧରା ପଡିଥିବା ଜଣା ପଡ଼ିଛି।ଜିଲ୍ଲା ସ୍ତରୀୟ ଲେବର ଅଫିସରଙ୍କୁ ହାତ ବାରିଶି କରି ଦୀର୍ଘ ଦିନ ହେଲା ଏଇଭଳି ଜାଲିଆତି ଚଳାଇ ଗରିବ ଖଟିଖିଆ ଙ୍କ ପାରିଶ୍ରମିକ ଲୁଟି ଚାଲିଥିଲେ ସିଏ।ତାଙ୍କୁ ଜୟପୁର ଲେବର ଅଫିସିର ଉଚ୍ଚ ଅଧିକାରୀ ସୁରକ୍ଷା ଯୋଗାଉଥିଲେ ବୋଲି ଲୋକେ ଅଭିଯୋଗ ବାଢିଛନ୍ତି।ଲେବର କାର୍ଡ ଧାରି ମାନଙ୍କୁ ସରକାର ଙ୍କ ତରଫରୁ ମିଳୁଥିବା ସହାୟତା ରାଶି
ଅଧିକାଂଶ ଲୋକ ଜାଣିନଥିବା ବେଳେ ତାହାର ବେଶ୍ ଫାଇଦା ଉଠାଇ ଚାଲିଥିଲେ ଧର୍ମ ରାଜୁ ।ଏମିତିକି କାର୍ଡ ଧାରୀଙ୍କୁ ମିଳୁଥିବା ଅର୍ଥ ରାଶିକୁ ଅଧା ଦେଇ ବଳକା ଅଧା ଅର୍ଥ ରାଶି କୁ ବିଭିନ୍ନ ଆଳ ଦେଖାଇ ନିଜେ ହଡ଼ପ କରୁଥିଲେ।ଏହାକୁ ନେଇ ଜୟପୁର ଲେବର ଅଫିସରେ ବାର୍ ବାର୍ ଅଭିଯୋଗ ହୋଇଥିଲେ ମଧ୍ୟ ଏହି ଘଟଣା କୁ ଜାଣି ମଧ୍ୟ ଚୁପ୍ ରହୁଥିଲେ ଲେବର ଅଫିସର ବୋଲି କି ଭି ହିତାଧିକାରୀ କହିଛନ୍ତି।କିନ୍ତୁ ଆଜି ତାହାର ପରଦା ଫାସ ହୋଇଛି।ଧର୍ମ ରାଜୁ ପୋଲିସ ହାତରେ ଧାରା ପଡ଼ିଛି।ତାକୁ ଗିରଫ ପରେ ଜେଲ ପଠା ଯାଇଥିବା ପୋଲିସ କହିଛି।ସୂଚନା ଥାଉକୀ ପୋଡାପଦର ପଞ୍ଚାୟତ ସାମନା ଗ୍ରାମର ଜଣେ ଲେବର କାର୍ଡ ଧାରୀ ତାଙ୍କର ଝିଅ ବିବାହ କରିଥିବା ବେଳେ ସରକାରଙ୍କ ତରଫରୁ ତାଙ୍କୁ ୫୦,୦୦୦ ଟଙ୍କା ମିଳିଥିଲା। କିନ୍ତୁ ଜୋର୍ ଜବର୍ ଦର୍ବସ୍ତ ତାଙ୍କ ଟଙ୍କାରୁ ଅଧା ଟଙ୍କା ଜୟପୁର ଅଫିସ ରେ ଦେବାକୁ ପଡ଼ିବ କହି ନେଇ ଯାଇଥିଲା ଧର୍ମ ରଜୁ l ଖାଲି ସେହି ବ୍ୟକ୍ତି ଠାରୁ ନୁହେଁ ବରଂ ସାମନା ଗ୍ରାମରୁ ଅନେକ ପରିବାରଙ୍କ ଠାରୁ ମଧ୍ୟ ଅଧା ଟଙ୍କା ନେଇଥିବା ବେଳେ ଆଜି ନାରାୟଣପାଟଣା ଥାନାରେ ସମୂହ ଏକ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ କୁ ଆଧାର କରି ନାରାୟଣପାଟଣା ପୋଲିସ ତଦନ୍ତ କରି ସବୁକିଛି ଜାଣି ପାରି ଆଜି ତାକୁ ଗିରଫ କରିଥିଲା।ଏନେଇ ପୋଲିସ ଆହୁରି ଅଧିକ ତଦନ୍ତ ଚଳାଇଥିବା ବେଳେ ଏଥିରେ ଆଉ କେହି ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ସୂଚନା ଦେଇଛି।
ଏଠି ପ୍ରଶ୍ନ ଉଠିଛି ଏପରି ଠକାମିର
ଶିକାର ହେଉଥିବା ଗରିବ ଖଟିଖିଆ ମାନେ ଲେବର ଅଫିସର ଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ କାହିଁକି ଚୁପ୍ ବସୁଥିଲେ ଲେବର ଅଫିସର।ତାଙ୍କୁ ମଧ୍ୟ ତଦନ୍ତ ପରିସରକୁ ଅଣାଯାଉ ବୋଲି ସାଧାରଣରେ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ