Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଲୁଣ୍ଡିରେ ମେଗା ସ୍ବାସ୍ଥ୍ୟ ମେଳା, ୭୫୯ ଜଣଙ୍କ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଜମନକିରା : ଜମନକିରା ବ୍ଲକ କୁଲୁଣ୍ଡି ପଞ୍ଚାୟତରେ ଆଜି ବିକାଶ ଫାଉଣ୍ଡେସନ ପକ୍ଷରୁ ମେଗା ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୭୫୯ ଜଣ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ଅଧକ୍ଷା ମୃଦୁଲା ଠାକୁର ଯୋଗଦେଇ ଶିବିର କୁ ଶୁଭ ଉଦଘାଟନ କରିଥିଲେ। ସମ୍ବାନୀୟ ଅତିଥି ଭାବେ ବିଜେପି ରାଜ୍ୟ ଉପ ସଭାପତି ରବି ନାଏକ, ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲ, ଜିଲ୍ଲା ସାହରଣ ସମ୍ପାଦକ ସୁଶୀଲ କର, ମଣ୍ଡଳ ସଭାପତି ଅମୋଘ ପାଣିଗ୍ରାହୀ ଜମନକିରାଙ୍କ ସମେତ କୁଲୁଣ୍ଡି ପଂଚାୟତର ରମେଶ ଭୋଇ, କ୍ଷମାସାଗର ବେହେରା, ସୁମନ୍ତ ଗରତିଆ, ସୁଦାମ ପ୍ରଧାନ, ସଂଜୀବ ପ୍ରଧାନ, ଖରସନମାଲ ପଂଚାୟତର ସୁଶାନ୍ତ ପ୍ରଧାନ, ନରେଶ ବେହେରା, ମୁଂଢ଼େନପାଲି ପଂଚାୟତର ଦିଲୀପ ବେହେରା, ପ୍ରକାଶ ପ୍ରଧାନ, ବିଭୁତି ନାଏକ,ଦେବେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଓ ରୋଗୀ ମାନଙ୍କୁ ସାହାଯ୍ୟ ସହଯୋଗ କରିଥିଲେ।