Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହରେକୃଷ୍ଣ ହରେରାମ ମହାମନ୍ତ୍ରରେ ମୁଖରିତ ହେଲା ଚିପିଲିମା ଚନ୍ଦ୍ରଶେଖର ବାବା ମନ୍ଦିର

ଚିପିଲିମା,୨୮/୦୯ ସମ୍ବଲପୁର ବୁର୍ଲାଥାନା ଚିପିଲିମା ସ୍ଥିତ ଚନ୍ଦ୍ରଶେଖର ବାବା ଶିବମନ୍ଦିର ରେ ଆଜି ମହାସମାରୋହ ମଧ୍ୟରେ ଏକଦିବାସୀୟ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ପ୍ରଭାତରୁ ମନ୍ଦିର ନୀତିକାନ୍ତି ପରେ ନିକଟସ୍ଥ ମହାନଦୀ ଘାଟରୁ କଳସ ବୁଡାଇ ଆଣି ମନ୍ଦିର ମଣ୍ଡପରେ ସ୍ଥାପନ ହୋଇଥିଲା।ପରେ କଳସ ପୂଜା,ରାଧାକୃଷ୍ଣ ପୂଜା, ସଂକଳ୍ପ ପରେ ହରେକୃଷ୍ଣ ହରେରାମ ମହାମନ୍ତ୍ର ଆରମ୍ଭ ହୋଇଥିଲା।ସମସ୍ତ ପୂଜାକାର୍ଯ୍ୟକୁ ପଣ୍ଡିତ ପ୍ରଫୁଲ୍ଲ ନାୟକ ପରିଚାଳନା କରିଥିବାବେଳେ, ଆୟୁଷମାନ ଦାସ, ସୁଧାଂଶୁ ମିଶ୍ର
ମନ୍ଦିର ପୂଜକ ବିଶ୍ୱ ନାଏକ ସହଯୋଗ କରିଥିଲେ।ସେହିପରି କର୍ତ୍ତା ଭାବରେ କେଶବ ଚନ୍ଦ୍ର ଦାସ ସପତ୍ନୀଙ୍କ ଦାୟିତ୍ୱ ସମ୍ପାଦନ କରି ଅନୁଷ୍ଠାନ କୁ ସହଯୋଗ କରିଥିଲେ।ସ୍ଥାନୀୟ ସଂକୀର୍ତ୍ତନ ମଣ୍ଡଳୀ ମଧ୍ୟରେ ଆଲୋକ ବେହେରା ଓ ତାଙ୍କ ଦଳ, ସଂଜୀବ ବିଶି ଓ ତାଙ୍କ ଦଳ ସହଯୋଗ କରିଥିବାବେଳେ, ବିଶିଷ୍ଟ ଗାୟକ ବଳରାମ ମେହେର, ବାୟକ ଘନଶ୍ୟାମ ସେଠ, ନାରାୟଣ ନାଥ, ଲାଲଜି ସାହୁ ପ୍ରମୁଖ ସହଯୋଗ କରିଥିଲେ।ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମନ୍ଦିର ତଥା ଆଖପାଖ ଅଂଚଳ ମହାମନ୍ତ୍ରରେ ମୁଖରିତ ହୋଇଥିଲା।ସହସ୍ରାଧିକ ଭକ୍ତ ତଥା ଜନସାଧାରଣଙ୍କୁ ଅନ୍ନଭୋଗ ବଣ୍ଟନ କରାଯାଇଥିଲା।ସମଗ୍ର କାର୍ଯ୍ୟକ୍ରମରେ ପଞ୍ଚାନନ ପଣ୍ଡା, ମନୋଜ ଦାସ, ସନ୍ତୋଷ ବିଶ୍ୱାଳ, ସୁରୁ ପାଢ଼ୀ, ପୃଷ୍ଟି ବାବୁ ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିବାବେଳେ, ଅଂଚଳ ର ସମସ୍ତ ଯୁଵ ସମାଜ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ