Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ; ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା। ଦୁଇଦିନ ପାଇଁ ସେ ଭାରତ ଗସ୍ତରେ ଆସିଥିବା ବେଳେ ସୋମବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ଦେଶର କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ହେବ। ବିଶେଷ କରି ଭାରତ ସୀମା ତଥା ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନର କାର୍ଯ୍ୟକଳାପ ବୃଦ୍ଧି ପ୍ରସଙ୍ଗକୁ ଗୁରୁତ୍ବାରୋପ କରାଯାଇଛି।

ବିଶ୍ବ ଶାନ୍ତି ବଜାୟ ରଖିବା ପାଇଁ ଦୁଇ ନେତାଙ୍କ ମଧ୍ୟରେ ଋଷ ଓ ୟୁକ୍ରେନ ଯୁଦ୍ଧ ସମ୍ବନ୍ଧରେ ଆଲୋଚନା ହେବ। ଏହାସହିତ ଚଳିତବର୍ଷ ଆୟୋଜିତ ହେବାକୁ ଥିବା ଜି୨୦ ଏବଂ ଜି୭ ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିବେ। ଆସନ୍ତା ମେ ମାସରେ ନୂଆଦିଲ୍ଲୀ‌ଠାରେ ଜି୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଥିବା ବେଳେ ଜାପାନର ହିରୋସୀମାଠାରେ ଜି୭ ସମ୍ମିଳନୀ ଅନୁଷ୍ଠିତ ହେବ। ଏହାସହିତ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ଭଳି ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ