Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅତାବିରାରେ ମୁରଲୀକ୍ରିଷ୍ଣା ଫାଉଣ୍ଡେସନ ପାଳିଲା ନୂଆଁଖାଇ ଭେଟଘାଟ : ପଶ୍ଚିମ ଓଡିଶାର ଲୋକକଳା ସାହିତ୍ୟ ସଂସ୍କୃତିକୁ ଉଜ୍ଜୀବିତ କରିଛି ନୂଆଁଖାଇ ଭେଟଘାଟ

ଅତାବିରା,29/9-ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇରେ ନୁଆଁ ଖାଇସାରିବା ପରେ ଜୁହାର ଭେଟ ହେବାର ଏକ ଅନନ୍ୟ ପରମ୍ପରା ରହିଆସିଛି l ଏହାକୁ ଆଖିଆଗରେ ରଖି ପଶ୍ଚିମ ଓଡ଼ିଶାର ପୂର୍ଵପଲ୍ଲୀ କାହିଁକି ଦେଶ ବିଦେଶରେ ବି ଏହି ନୂଆଁଖାଇ ଭେଟଘାଟ ମାସାଧିକ କାଳ ଚାଲିଥାଏ l ବରଗଡ଼ ଜିଲ୍ଲା ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପରେ ଶୁକ୍ରବାର ମୁରଲୀ କ୍ରିଷ୍ଣା ଫାଉଣ୍ଡେସନ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପଶ୍ଚିମାଞ୍ଚଲ ଲୋକକଳା, ସାହିତ୍ୟ, ସଂସ୍କୃତି,ପରମ୍ପରାକୁ ଉଜ୍ଜୀବିତ କରି ଗଢି ତୋଳିବା ସହ ଏହି ନୂଆଁଖାଇ ପର୍ବ କିଭଳି ଲୋକଙ୍କ ଚେତନା ରେ ଭାଇଚାରା ସୃଷ୍ଟି କରି ବସୁଧୈବ କୁଟୁମ୍ବକମର ମହତ୍ୱକୁ ବାନ୍ଧି ରଖିଛି, ତାହା ନିଜ ନିଜ ବ୍ୟକ୍ତବ୍ୟରେ ଅତିଥିମାନେ ମତ ରଖିଥିଲେ l ମୁରଲୀକ୍ରିଷ୍ଣା ଫାଉଣ୍ଡେସନର ଚେୟାରମ୍ୟାନ ଡ଼ି ମୁରଲୀ କ୍ରିଷ୍ଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଲୋକକବି ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ଅତିଥି ଓ ଭାଜପା ବରଗଡ଼ ଜିଲ୍ଲା ସଭାପତି ଅଶ୍ୱିନୀ ଶାଡ଼ଙ୍ଗୀ ସଂମ୍ମାନିତ ଅତିଥିଭାବେ ଯୋଗ ଦେଇ ନୂଆଁଖାଇ ପର୍ବର ସଂସ୍କୃତି ଓ ପରମ୍ପରା କୁ ପାରମ୍ପରିକ ରୀତିରେ ବଞ୍ଚାଇ ରଖିବାକୁ ଆହ୍ୱାନ କରିଥିଲେ l l କାର୍ଯ୍ୟକ୍ରମ ରେ ବିଭିନ୍ନ ଦିଗରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତି ଉଦ୍ୟୋଗୀ ଜୟନ୍ତୀ ପ୍ରଧାନ, ସମ୍ବଲପୁରୀ କପଡା ବୁଣାକାର ଗଣେଶ ରାମ ମେହେର, କୃଷିଉଦ୍ୟାନ ବିତ ଦୀନେଶ ସାହୁ, ମିଶ୍ରିତ ଚାଷୀ ସଦାନନ୍ଦ ସାହୁ, ପାର୍ବତାରୋହୀ ଲିପିକା ସେଠ, ଛତୁ ଚାଷୀ ଭରତ ପ୍ରଧାନ, ବାର୍ଷିଆନ ସଂଚାର ବଦକ ଅଲେଖ ସାହୁ, ଚାଷୀ ଶିବ ଖମାରୀ ଏବଂ ଆନ୍ଧ୍ର ସମାଜର ବୟୋଜ୍ୟେଷ୍ଠ ମୋତିଆଲା ଭିରରାଜୁଙ୍କୁ ମାନ ସଂମ୍ମାନ ରେ ସଂମ୍ମାନିତ କରି ସମର୍ଦ୍ଧିତ କରାଯାଇଥିଲା l ମୁରଲୀ କ୍ରିଷ୍ଣା ଫାଉଣ୍ଡେସନ ଦ୍ୱାରା ପରିଚାଳିତ ବିକାଶ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ୱେଲଫେୟାର ବିଦ୍ୟାଳୟ ର କୁନି କୁନି ଛାତ୍ରୀମାନେ ମାଁ ସମଲେଶ୍ୱରୀ ଙ୍କ ବନ୍ଦନା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ l ସାଂସ୍କୃତିକ ଦଳ ନିଜ କଳା ଦକ୍ଷତା ପ୍ରଦର୍ଶିତ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ