Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଙ୍ଗ।ନ୍ନl ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ହୃଦୟ ଦିବସ ପାଳିତ

ଲକ୍ଷ୍ମୀପୂର, ୨୯/୦୯ : ଲକ୍ଷ୍ମୀପୁର ସାଙ୍ଗନ୍ନା ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡ କ୍ରସ ସଂସ୍ଥା ଦ୍ୱାରା ବିଶ୍ଵ ହୃଦୟ ଦିବସ ପାଳିତ ହୋଇ ଯାଇଛି । ଜୀବ ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନଙ୍କୁ ର ମନୁଷ୍ୟ ଶରୀରରେ ଥିବା ହୃଦୟ ର କାର୍ଯ୍ୟ ଏବଂ ଗୁରୁତ୍ଵ ଉପରେ ଆଲୋଚନା କରିଥିଲେ । ହୃଦୟକୁ ସୁସ୍ଥ ରଖିବା, ସରଳ ଖାଦ୍ୟ ସହିତ ଯୋଗ ବ୍ୟାୟାମ ଉପରେ ସେ ଗୁରୁତ୍ବ ଦେବାକୁ ପ୍ରକାଶ କରିଥିଲେ । ହୃଦ ଘାତ ହେଲେ କିପରି ପ୍ରାଥମିକ ଚିକିତ୍ସା ଦିଆଯିବ, ତାହାକୁ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷକ ସପନ କୁମାର ଦୀକ୍ଷିତ ପ୍ରଦର୍ଶନ କରି ବୁଝାଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ସୁସ୍ଥ ଜୀବନ ପାଇଁ ସାତ୍ୱିକ ଭୋଜନ ସହିତ ଖେଳ କୁଦ ପ୍ରତି ଦୃଷ୍ଟି ଦେବା ଓ ନିଶାରୁ ନିଜକୁ ଦୂରେଇ ରଖିବା ସହିତ ଏକ ଆଧ୍ୟାତ୍ମିକ ଜୀବନ ହିଁ ହୃଦୟ କୁ ସୁସ୍ଥ ରଖି ପାରିବ ବୋଲି ପିଲାମାନଙ୍କୁ ବୁଝାଇ ଥିଲେ ।ଗାଇଡ କ୍ୟାପଟେନ ପ୍ରିୟଙ୍କା ବିଶୋଇ, ରେଡ କ୍ରସ୍ କାଉନସିଲର କସ୍ତୁରୀ ଶବର, ଶିକ୍ଷକ ସୁକାନ୍ତ ଯାଦବ, ଶଙ୍କର ଗୁଡୁମ୍ବକା ନ୍ୟୁଟନ ଚେଟି, ରାଜେଶ୍ୱରି ମହାରଣା ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ