Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଗ୍ନିକାଣ୍ଡରେ 4 ପରିବାରର 8 ବଖରା ପୋଡି ପାଉଁଶ

ବେଲଗୁଣ୍ଠା -୩୦/୯-ବେଲଗୁଣ୍ଠା ବ୍ଳକ ଗାଙ୍ଗପୁର ଥାନା ଅର୍ନ୍ତଗତ କ୍ଷତ୍ରିୟ ବରପୁର ପଞ୍ଚାୟତ ରାଇପଡା ଗ୍ରାମ ହରିଜନ ସାହିରେ ଅଗ୍ନିକାଣ୍ଡ ଘଟି ୪ ପରିବାରର ୮ ବଖରା ଘର ଭସ୍ମୀଭୂତ ହୋଇଥିବା ସୂଚନା ମିଳିଛି ।ଆଜି ଦିନ ୧୨ ଟାରେ ପ୍ରଥମେ ଶଙ୍କର ନାଇକଙ୍କ ଗୃହରୁ ପ୍ରଥମେ ଅଗ୍ନିକାଣ୍ଡ ଘଟି ଅନ୍ୟ ଚାରିଜଣ ତଥା ଭଗବାନ ନାଇକ,ରାମ ନାଇକ,ମନୋରଞ୍ଜନ ନାଇକଙ୍କ ଘରକୁ ବ୍ୟାପି ଯାଇଥିଲା ।ଖବର ପାଇ ବେଲଗୁଣ୍ଠା ଓ ଭଞ୍ଜନଗର ଅଗ୍ନିଶମ ବିଭାଗର ଗୋଟିଏ ଗୋଟିଏ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ଚାରି ପରିବାରର ବହୁ ଆସବାବପତ୍ର, ଖାଦ୍ୟ ପଦାର୍ଥ ଓ ପୋଷାକ ପତ୍ର ପୋଡି ପାଉଁଶ ହୋଇଯାଇଛି । ସମସ୍ତେ ହରିଜନ ଓ ଶ୍ରମିକ ଶ୍ରେଣୀର ଲୋକ ହୋଇଥିବାରୁ ତୁରନ୍ତ ସରକାରୀ ସହାୟତା ଓ ଆବାସ ଯୋଜନାରେ ଗୃହ ଯୋଗାଇ ଦେବା ପାଇଁ ଅଞ୍ଚଳର ବାସୀ ଦାବି କରିଛନ୍ତି ।