Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବ୍ଲକ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ଜମନକିରା : ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ପ୍ରତିଭା ବିକାଶ ଅଭିଯାନ, ଗାନ୍ଧୀ ଜୟନ୍ତୀ କମିଟି ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ପ୍ରବନ୍ଧ ପ୍ରତିଯୋଗିତାର ବରିଷ୍ଟ ବିଭାଗରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶୋଭିତ ପଧାନ ପ୍ରଥମ, କନିଷ୍ଠ ବିଭାଗରେ ସରସ୍ଵତୀ ବିଦ୍ୟା ମନ୍ଦିରର ବନ୍ଦନା ମିଶ୍ର ପ୍ରଥମ, ଅତି କନିଷ୍ଠ ବିଭାଗରେ ତପସ୍ୟା ଦ୍ବିବେଦୀ ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ। ଠିକ୍ ସେହିପରି ଭାବରେ ବକ୍ତୃତା ପ୍ରତି ଯୋଗୀତାରେ ବରିଷ୍ଠ ବିଭାଗରେ ନିର୍ମଳ ପଟେଲ, କନିଷ୍ଠରେ ପ୍ରତ୍ୟୁଷ ନାୟକ ଓ ଅତି କନିଷ୍ଠରେ ତପସ୍ୟା ଦ୍ବିବେଦୀ ଏବଂ ସଙ୍ଗୀତରେ ବାରିଷ୍ଠର ମାନ୍ୟତା ଆଚାର୍ଯ୍ୟ, କନିଷ୍ଠର ଅଙ୍କିତ୍ତା ମାଝୀ, କୁଇଜରେ ବାରିଷ୍ଠାର ଆଦର୍ଶ ମହାପାତ୍ର, କନିଷ୍ଠର ଶ୍ରେୟାନ୍ସ ପଟେଲ ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ।ଏଥିସହ ପ୍ରତ୍ୟେକ ବିଭାଗରେ ସଂଖ୍ୟାଧିକ ଛାତ୍ର ଛାତ୍ରୀ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି।ଏମାନଙ୍କ ସହ ଅନ୍ୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ମଧ୍ୟ ଗାନ୍ଧୀ ଜୟନ୍ତୀ ଦିନ ପୁରସ୍କୃତ କରାଯିବ ବୋଲି ଜଣାଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଭିଯାନର ବ୍ଲକ ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ଗାନ୍ଧିଜୀ ଓ ଅନ୍ୟ ମହାପୁରୁଷଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରି ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମକୁ ଆବାହକ ପ୍ରଭାତ ବେହେରା, ସଂଯୋଜକ ରମେଶ କିଶାନ ଓ ଅନ୍ୟ ସ୍ବେଚ୍ଛାସେବୀ ଗଣ ପରିଚାଳନା କରିଥିବା ବେଳେ ବ୍ଲକର ବିଭିନ୍ନ ଅଗ୍ରଣୀ ଶିକ୍ଷକ ଶିକ୍ଷୟିତ୍ରୀ ବିଚାରପତି କାର୍ଯ୍ୟ ତୁଲାଇ ଥିଲେ।