ଓଡିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଖବରଦାତା ସମ୍ମିଳନୀ : ଗାନ୍ଧୀ ଜୟନ୍ତୀ ରେ ବିରାଟ ଚାଷୀ ସମାବେଶ


ଅତାବିରା,30/9-ରାଜ୍ୟର ଭାତ ହାଣ୍ଡିଭାବେ ପରିଚିତ ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ଚାଷୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି l ରାଜ୍ୟ ତଥା ଦେଶକୁ ଅନ୍ନ ଯୋଗାଉଥିବା ଅନ୍ନଦାତା ଓ ଚାଷକୁ ବଞ୍ଚାଇବା ଲକ୍ଷ୍ୟ ନେଇ ଗତ ଅଗଷ୍ଟ 15ତାରିଖ ରୁ ଓଡିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଗାଁ କୁ ଗାଁ ଯାଇ ପ୍ରତି ପଞ୍ଚାୟତରେ ଚାଷୀଙ୍କୁ ସଚେତନ କରିବା ସହ ଏହି ଅଭିଯାନରେ ସାମିଲ କରାଯାଇଛି l ଆସନ୍ତା ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ରେ ଏହାର ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ l ଏ ନେଇ ଶନିବାର ସଂଗଠନର ଅତାବିରା ସଭାପତି ବୀରେନ୍ଦ୍ର କରଙ୍କ ନେତୃତ୍ୱରେ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକ ବରଗଡ଼ ଜିଲା ଅତାବିରା ବ୍ଲକ ଲାଦେରପାଲି ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଏନେଇ ଶନିବାର ସଂଗଠନ ପକ୍ଷରୁ ଅତାବିରା ଅଗ୍ରସେନ ଭବନ ଠାରେ ଖବରଦାତା ସମ୍ମିଳନୀ ରେ ସଭାପତି ବୀରେନ୍ଦ୍ର କର ସୂଚନା ଦେଇଛନ୍ତି l ଶ୍ରୀ କର କହିଛନ୍ତି ଯେ, 2024 ନିର୍ବାଚନରେ ରାଜନୈତିକ ଦଳ ଏଜେଣ୍ଡାରେ ଚାଷ ସହ ଚାଷୀ ବଞ୍ଚାଅକୁ ସାମିଲ କରାଯାଉ l 6 ଟି ଦାବି ମଧ୍ୟରେ ସମସ୍ତ ଚାଷୀଙ୍କ ଋଣ ସଂପୂର୍ଣ୍ଣ ଛାଡ଼ କରିବା, ଫସଲ ବୀମା ଓ ଇନ୍‌ପୁଟ୍ ସବ୍‌ସିଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କୁ ୧୫ ଦିନ ମଧ୍ୟରେ ପ୍ରଦାନ କରିବା । ଧାନ କ୍ୱିଣ୍ଟାଲ ପିଛା ବୋନସ୍ ୮୦୦/-ଟଙ୍କା ଦିଆଯାଉ । ଚାଷୀଙ୍କ ଆକସ୍ମିକ ମୃତ୍ୟୁ ହେଲେ ଚାଷୀ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉ । ମଣ୍ଡିରେ ଚାଷୀଙ୍କୁ ଶୋଷଣରୁ ମୁକ୍ତି କରାଯାଉ ୬୦ ବର୍ଷରୁ ଉର୍ଦ୍ଧ ଚାଷୀଙ୍କୁ ମାସିକ ୫୦୦୦/-ଟଙ୍କା ପେନ୍‌ସନ୍ ଦିଆଯିବାକୁ ଦାବି ରଖାଯାଇଛି l ଏହି ଉଦଯାପନୀ ସମାରୋହ ଅତାବିରା ଗାନ୍ଧୀ ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଏକ ବିଶାଳ ପଦଯାତ୍ରା ଆରମ୍ଭ କରି ଲାଦେରପାଲି ରାମଚଣ୍ଡୀ ମନ୍ଦିର ଯାଏଁ ଯିବ l ସେଠାରେ ଉଦଯାପନୀ ସମାରୋହରେ ନିଜ ଦାବି ଉପସ୍ଥାପନ କରାଯିବ l ଏହି ଖବରଦାତା ସମ୍ମିଳନୀ ରେ ସଂଗଠନ ର ସଭାପତି କରଙ୍କ ସମେତ ସୁରେଶ କର୍ଣ୍ଣ, ବୁଦ୍ଧଦେବ ନନ୍ଦ,ନରେନ୍ଦ୍ର ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ l