Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଡଭାଗାରେ ଦୁଇଦିନିଆଁ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଶୁଭାରମ୍ଭ

ଅତାବିରା,30/9-ଅତାବିରା ବ୍ଲକ ଅନ୍ତର୍ଗତ ଗୋଡଭଗା ସୁମନ ସଂଜୀବନୀ ପୋଲିକ୍ଲିନିକରେ ୨ଦିନ ଧରି ହେବାକୁ ଥିବା ମାଗଣା ମେଗା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଶନିବାର ଆରମ୍ଭ ହୋଇଛି । ଏଥିରେ ଭେଷଜ ବିଶେଷଜ୍ଞ ଡା. କବିରଦାସ ପୁରୋହିତ,ମୁମ୍ବାଇ ଡାକ୍ତରଖାନାର ଡ଼ା. ହରିରାମ ରାମନିୱାସ ଝୁନଝୁନୱାଲା, ହିନ୍ଦୁଜା ହେଲଥ କେୟାର ମୁମ୍ବାଇର ଡ଼ା.ହେମନ୍ତ ବଂଶିଲାଲ ଭଣ୍ଡାରି,ଡ଼ା. କରଣ ଦିଲୀପ ଭାନୁଶାଲି, ଡିଏଚକ୍ୟୁଏଚ ସମ୍ବଲପୁର ଡ଼ା.ରୋଶନ ରଥ ପ୍ରମୁଖ ଯୋଗଦାନ କରି ରୋଗୀଙ୍କ ପରୀକ୍ଷା କରୁଛନ୍ତି । ପ୍ରଥମ ଦିନରେ ମୋଟ ୧୯୭ ଜଣ ରୋଗୀ ନିଜର ପରୀକ୍ଷା କରାଇଥିଲେ । ରବିବାର ଶିବିରରେ ଜେଓଆଇ ହସପିଟାଲ ହାଇଦ୍ରାବାଦର ଡ଼ା.ରମେଶ ଚନ୍ଦ୍ର କତ୍ରଗଡ଼ା ଶେଷ ଦିନରେ ଯୋଗ ଦେବେ ବୋଲି ସୁମନ ସଂଜୀବନୀର କ୍ଲିନିକର ଡ଼ା.ଚୈତନ୍ୟ ପ୍ରଧାନ କହିଛନ୍ତି । ଏଥିରେ ବିଶେଷତଃ ଭେଷେଜ ରୋଗର ଉଚ୍ଚ ରକ୍ତଚାପ, ମଧୁମେହ, ଥାଏରଏଡ଼, କିଡ଼ନୀ, ଛାତି, ପେଟ, ମୁଣ୍ଡ, ଅପସ୍କାର, ସିକଲିନ, ରକ୍ତହୀନତା ଏବଂ ଅସ୍ଥି ରୋଗର ଆଣ୍ଠୁଗଣ୍ଠି, ଗଣ୍ଠିବାତ, ସିଆଟିକା, ମେରୁଦଣ୍ଡ, ସ୍ୱଣ୍ଡିଲୋସିସ, ଓଷ୍ଠିପରୋସିସ ଆଦି ରୋଗରେ ସ୍ୱାସ୍ଥ୍ୟ ଅସୁବିଧା ଭୋଗ କରୁଥିବା ବ୍ୟକ୍ତି ଙ୍କୁ ଉତ୍ତମ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିରରେ ଯୋଗାଇଦିଆଯାଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ