Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଇଲିପଡ଼ାରେ ସ୍ୱଚ୍ଛତା ହିଁ କାଯ୍ୟକ୍ରମ, ସ୍ୱଚ୍ଛତା ପାଇଁ ଶ୍ରମଦାନ

ବେଲଗୁଣ୍ଠା, 01/10, ଭାରତ ସରକାରଙ୍କ ଆହ୍ୱାନ କ୍ରମେ ଆଜି ସମଗ୍ର ଦେଶରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ସ୍ଵଚ୍ଛତା ପାଇଁ ଘଣ୍ଟାଏ ଶ୍ରମଦାନ କରାଯାଇଛି I ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସୌଜନ୍ୟରେ ମଧ୍ୟ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ସ୍ଵଚ୍ଛତା ସମ୍ପର୍କିତ ବୈଠକ,ସଫେଇ, ଶପଥପାଠ ଏବଂ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ପାଇଲିପଡ଼ା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀ ଆୟୂଷ ଡାକ୍ତର ସରୋଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ରୂପେ ଜନାରୋଗ୍ଯ ସମିତି ଅଧ୍ୟକ୍ଷ ତଥା ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନୀଳମଣି ବିଷୋୟୀ,ଜନାରୋଗ୍ଯ ସମିତି ସଦସ୍ୟ ତଥା ସ୍ଥାନୀୟ ସରପଞ୍ଚ ଜୟରାମ ନାୟକ,ସ୍ୱାସ୍ଥ୍ୟ ନୀରିକ୍ଷକ ଶୁଭ୍ରମନ୍ୟୁ କର ମଞ୍ଚାସୀନ ରହି ଦେଶର ପ୍ରଗତି ପାଇଁ ସ୍ଵଚ୍ଛତା ଅପରିହାର୍ଯ୍ୟ ଏବଂ ସ୍ଵଚ୍ଛତା ପାଇଁ ପ୍ରତ୍ୟେକ ମଣିଷର ଶ୍ରମଦାନ ଏକାନ୍ତ ଆବଶ୍ୟକ ବୋଲି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ I ଉପସ୍ଥିତ ସମସ୍ତ ବ୍ୟକ୍ତି ସ୍ଵଚ୍ଛତା ପାଇଁ ଶପଥ ଗ୍ରହଣ କରିବା ସହିତ ସ୍ଥାନୀୟ ପରିବେଶକୁ ସଫେଇ କରିଥିଲେ I ଏହି ଅବସରରେ ଗ୍ରାମରେ ଏକ ସ୍ଵଚ୍ଛତା ସମ୍ପର୍କିତ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I ସଚେତନତା ଶୋଭାଯାତ୍ରାରେ ନିଜେ ସ୍ଵଚ୍ଛ ରହିବା ସହିତ ପରିବେଶକୁ ସ୍ଵଚ୍ଛ ରଖିବା, ଡଷ୍ଟବିନ୍ ର ବ୍ୟବହାର କରିବା, ନିୟମିତ ହାତ ଧୋଇବା, ପଲିଥିନ୍ ବ୍ୟବହାରକୁ ନା କରିବା,ପାଇଖାନା ବ୍ୟବହାର କରିବା ଆଦି ସମ୍ପର୍କରେ ଜନ ସାଧାରଣଙ୍କୁ ସଚେତନ କରାଯାଇଥିଲା I କାର୍ଯ୍ୟକ୍ରମରେ ପାଇଲିପଡ଼ା ଜନାରୋଗ୍ଯ ସମିତିର ସମସ୍ତ ସଦସ୍ୟ,ଆଶାକର୍ମୀ, ସ୍ୱାସ୍ଥ୍ୟ କର୍ମୀ,ଶିକ୍ଷକ, ଜନପ୍ରତିନିଧି ଏବଂ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ଶୁଭ୍ରମନ୍ୟୁ କର ପରିଚାଳନା କରିଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଆୟୂଷ ଡାକ୍ତର ସରୋଜ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ I ସେହିପରି ଗାଙ୍ଗପୁର ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ପକ୍ଷରୁ ମଧ୍ୟ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ସଚେତନତା ଶୋଭାଯାତ୍ରା ଏବଂ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ