Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋରଡା ନିର୍ବାଚନ ମଣ୍ଡଳୀ ର ଶ୍ରେଷ୍ଠ ବିଏଲଓ ଭାବେ ବେଲଗୁଣ୍ଠା ର ଗୀତାଞ୍ଜଳି ସଂମାନିତ,

ବେଲଗୁଣ୍ଠା,01/10, ସୋରଡ଼ା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟରତ ବିଏଲ୍ଓ ମାନଙ୍କ ମଧ୍ୟରୁ ଚଳିତ ବର୍ଷର ଏକମାତ୍ର ଶ୍ରେଷ୍ଠ ବିଏଲ୍ଓ ଭାବେ ଆଜି ବେଲଗୁଣ୍ଠା ବ୍ଳକ୍ ରେ କାର୍ଯ୍ୟରତ ବିଏଲ୍ଓ ଗୀତାଞ୍ଜଳି ଗୌଡ଼ଙ୍କୁ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ସମ୍ମାନୀତ କରିଛନ୍ତି I ସୂଚନା ପ୍ରକାରେ ଗୀତାଞ୍ଜଳି ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ପଂଚାୟତରେ ଥିବା 137 ନମ୍ବର୍ ବୁଥ୍ ରେ ବିଏଲ୍ଓ ଭାବେ କାର୍ଯ୍ୟ କରୁଛନ୍ତି I ଚଳିତ ବର୍ଷ ସେ ନିଜ ବୁଥ୍ ସ୍ତରୀୟ ଭୋଟର୍ ସଚେତନତା, ଭୋଟର୍ ପଞ୍ଜୀକରଣ ଆଦି କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇବା ସହିତ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟକୁ ମଧ୍ୟ ସଠିକ୍ ସମୟରେ ନିର୍ଭୁଲ୍ ରୂପେ ସମାପନ କରିଥିବାରୁ ଆଜି ତାଙ୍କୁ ସୋରଡ଼ା ନିର୍ବାଚନ ମଣ୍ଡଳୀର ଶ୍ରେଷ୍ଠ ବିଏଲ୍ଓ ରୂପେ ପୁରସ୍କୃତ କରାଯାଇଛି I ଆଜି ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଗୀତାଞ୍ଜଳିଙ୍କୁ ପ୍ରମାଣ ପତ୍ର ପ୍ରଦାନ କରି ଶ୍ରେଷ୍ଠ ବିଏଲ୍ଓ ଭାବେ ସମ୍ମାନୀତ କରିଥିଲେ I ଗୀତାଞ୍ଜଳିଙ୍କ ଏହି ସଫଳତା ପାଇଁ ତାଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀ, ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀ ଏବଂ ସମସ୍ତ ବିଏଲ୍ଓ ସୁପରଭାଇଜର ଶୁଭେଚ୍ଛା ଜଣାଇଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ