Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜମନକିରା : ଜମନକିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଡ଼. ସିଦ୍ଧାର୍ଥ ବେହେରା ଡାକ୍ତର ଖାନା ପରିସରରେ ଉପସ୍ଥିତ ଥିବା ଜନସାଧାରଣ ଓ ସ୍ବେଛାସେବୀ ମାନଙ୍କ ସହ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମ ଚାରିଙ୍କ ସହିତ ଶପଥପାଠ କରାଇଥିଲେ l ସେହିପରି ଜମନକିରା ବ୍ଲକ ବିଜେଡ଼ି ସଭାପତି ଆଦି ପ୍ରସାଦ ମହାକୁଳ ଡ଼. ବେହେରାଙ୍କ ସହ ଶପଥ ପାଠରେ ସହଯୋଗ କରିଥିଲେ l ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଡ଼. ଦିବ୍ୟରଞ୍ଜନ ବେହେରା, ଫାର୍ମାସିଷ୍ଟ ସୁବୋଧ ଆଚାର୍ଯ୍ୟ, ଷ୍ଟାଫ ନର୍ସ ଅଞ୍ଜଳି ପଟେଲ, ସବନମ କୁଜୁର, ଲଷ୍ମଣ ବେହେରା, ସୁରେଶ ଲାକ୍ରା, ଅରବିନ୍ଦ ମହାନନ୍ଦିଆ, ସହିତ ଜମନକିରା ବିଜେଡ଼ି ବ୍ଲକ ସଭାପତି ଶ୍ରୀ ମହାକୁଳ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ସେହିପରି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜମନକିରା ବ୍ଲକର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଯୁବ ସଚେତନ ନାଗରିକ ସଂଘ ପକ୍ଷରୁ ସଂଘର ସମ୍ପାଦକ ଗୋପାଲ ଦେବନାଥଙ୍କ ନେତୃତ୍ୱରେ ତରୁଣ କୁମାର, ଶିବା ବାଘ, ସାଗର ଗୁପ୍ତା, ଧନିରାମ ସେଠ, ବୁଲୁ ବାଘ, ବିନୋଦ ବରିହା ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଅଲିଆ ଆବର୍ଜନା ସହ ଅନାବନା ଘାସ ସଫା କରିଥିଲେ l ସଫେଇ କାର୍ଯ୍ୟକ୍ରମରେ ମହାବୀର ଯୁବକ ସଂଘର ସମ୍ପାଦକ ସତ୍ୟପ୍ରିୟ ମହାପାତ୍ର ମଧ୍ୟ ସହଯୋଗ କରିଥିଲେ l ସର୍ବ ଶେଷରେ ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ଆୟୁଷ ଡାକ୍ତର ଡ଼. ଦିବ୍ୟରଞ୍ଜନ ସ୍ୱଛତା ହିଁ ସେବାକାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଓ ସମ୍ମୁଖରେ ଥିବା ଅଳିଆ ସହ ଅନାବନା ଘାସ ସଫା କରି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତ ବ୍ୟକ୍ତି ଓ ଅନୁଷ୍ଠାନ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l