Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱପ୍ନସାଗର କଳା ପରିଷଦ ପକ୍ଷରୁ ନୂଆଁ ଖାଇ ଭେଟ ଘାଟ; ପଶ୍ଚିମ ଓଡ଼ିଶା ଓ ଅଞ୍ଚଳର ଏକତା ପାଇଁ ଆହ୍ବାନ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କୀରାଶାସନ ସ୍ଵପ୍ନେଶ୍ୱର ବାବା ମନ୍ଦିର ନିକଟସ୍ଥ ନବ ନିର୍ମିତ ସ୍ୱପ୍ନସାଗର କଳା ପରିଷଦ ମଣ୍ଡପରେ ଆଜି ପୂର୍ବାହ୍ନ ରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବକାଶରେ ପରିଷଦର ସଭାପତି ଅରୁଣ କୁମାର ପଟେଲଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ପୁର୍ବତନ ବିଧାୟକ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପରିଷଦର କାର୍ଯ୍ୟାଳୟ ଓ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ନୂଆଁଖାଇ ଉତ୍ସବର ଇତିହାସ ବର୍ଣ୍ଣନା କରି ଅଞ୍ଚଳ ଓ ପଶ୍ଚିମ ଓଡ଼ିଶାର ଏକତା ପ୍ରତିଷ୍ଠା ପାଇଁ ଆହ୍ବାନ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ପଦ୍ମାବତୀ କିସାନ, ନାଟ୍ୟକାର ଦୁର୍ଗାପ୍ରସାଦ ପଟ୍ଟନାୟକ, ଅବସର ପ୍ରାପ୍ତ ଶିକ୍ଷକ ନୃପଲାଲ ପଟେଲ ପ୍ରମୁଖ ଅତିଥି ଭାବରେ ମଞ୍ଚାସିନ ରହି ମୁଖ୍ୟଅତିଥି ଓ ମୁଖ୍ୟବକ୍ତାଙ୍କ ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ନାଟ୍ୟକାର ଦୁର୍ଗା ପ୍ସନ୍ନ ପଟ୍ଟନାୟକ, ସାହିତ୍ୟିକ ଓ ପ୍ରକୃତୀବନ୍ଧୁ ଶ୍ରୀ ନାୟକଙ୍କୁ ସମ୍ମାନିତ କରାଯାଇଥିଲା। ଠିକ ସେଇପରି କସ୍ତୁରୀ ଚଳଚ୍ଚିତ୍ରର ସହ ନାୟକ ସଞ୍ଜୟ ପାତ୍ର ଓ ହାସ୍ୟ ଅଭିନେତା ଓମପ୍ରକାଶ ପଟେଲଙ୍କୁ ମଧ୍ୟ ତାଙ୍କ ଅନୁପସ୍ଥିତିରେ ସହଯୋଗୀଙ୍କ ଜରିଆରେ ସମ୍ମାନିତ କରାଯାଇଥିଲା।ସଭା ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ସୌକିତ ମହାପାତ୍ର ସ୍ୱାଗତ ଭାଷଣ, ଉପ ସଭାପତି ନୀଳାଞ୍ଚଳ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶେଷରେ ଉପଦେଷ୍ଟା ତଥା ଅବସର ପ୍ରାପ୍ତ ଶିକ୍ଷକ ପ୍ରତାପ ଶେଖର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ଅତିଥିଗଣ ଦୁଇ ଗୋଟି ଚାରା ରୋପଣ କରି ନୁଆଖାଇ ଭେଟର ସ୍ମୁତି ରକ୍ଷା କରିଥିଲେ। କୁଟୁରାଚୂଆଁ ଓ କୁଡ଼ାପଡ଼ା ଗ୍ରାମ ପଞ୍ଚାୟତର ସହସ୍ରାଧିକ ଜନତା ଓ ଶତାଧିକ ପ୍ରତ୍ଯୋଶିଙ୍କ ଅଂଶ ଗ୍ରହଣରେ ଉତ୍ସବଟି ବେଶ ଆକର୍ଷଣୀୟ ହୋଇଥିଲା। ସହକାରୀ ଶିକ୍ଷୟିତ୍ରୀ ଯମୁନା ପୁରୋହିତ ଓ କବି ଖଗେଶ୍ବର ସେନାପତି ବିଚାରପତି ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ଲକ୍ଷ୍ମୀନାରାୟଣ ନାଏକ ଓ ପୂର୍ବତନ ସରପଂଚ ତ୍ରିବିକ୍ରମ ପ୍ରଧାନ କାର୍ଯ୍ୟକ୍ରମ ଆୟୋଜନ ର ନେତୃତ୍ୱ ନେଇଥିଲେ।