Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାବା ମୁକ୍ତେଶ୍ଵର ମନ୍ଦିରରେ ସଦଭାବନା ବୈଠକ

ଜମନକିରା : ଜମନକିରା ବ୍ଲକ ଅନ୍ତର୍ଗତ ବାବା ମୁକ୍ତେଶ୍ଵର ମନ୍ଦିର ପରିସରରେ ଗତକାଲି ବ୍ଲକ ସ୍ତରୀୟ ସଦଭାବନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ସଦଭାବନା ସମିତି ସଂଯୋଜକ ସାଲେକରାମ ପ୍ରଧାନଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଆରୋଗ୍ୟ ଭାରତୀ ରାଜ୍ୟ ସମ୍ପାଦକ ଡା. କାର୍ତ୍ତିକେଶ୍ୱର ପ୍ରଧାନ ବୈଠକକୁ ପରିଚାଳନା କରିଥିଲେ। ମୁଖ୍ୟଅତିଥି ଭାବେ ସମାଜସେବୀ ତଥା ରାଷ୍ଟ୍ରୀୟ ସେବକ ସଂଘର ଜିଲ୍ଲା ସଂଘ ଚାଳକ ସନ୍ତୋଷ କୁମାର କର ଯୋଗଦେଇ ସମାଜରେ ହିନ୍ଦୁ ଧର୍ମରେ ଥିବା ବିଭିନ୍ନ ଜାତି, ଜାତି ଭିତରେ ପରଷ୍ପର ମଧ୍ୟରେ ଭାଇଚାରା, ନିର୍ଭରଶୀଳତା ଏବଂ ସହାନୁଭୂତି ରହିବା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ସମାଜ ସେବୀ ତଥା ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀ ମିଶ୍ର ଯୋଗଦେଇ ଭାରତ ବର୍ଷର ଇତିହାସ, ସଂସ୍କୃତି ଏବଂ ପରମ୍ପରା ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସମ୍ମାନୀୟ ଅତିଥିଭାବେ ଜିଲ୍ଲା ସଂଘ ଚାଳକ ରଙ୍ଗାଧର ଶର୍ମା, ନବୀନ ନାୟକ, ଭକ୍ତ କିସାନ ପ୍ରମୁଖ ଯୋଗଦେଇ ହିନ୍ଦୁ ଧର୍ମ ସମ୍ପର୍କିତ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ। ଏଥିରେ ବ୍ଲକ ଅଞ୍ଚଳର ୨୨ଟି ବିଭିନ୍ନ ଜାତିର କର୍ମକର୍ତ୍ତା ଯୋଗ ଦେଇଥିଲେ। ଶେଷରେ ସଂଯୋଜକ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଦୀପକ ସାହୁ, ରବୀନ୍ଦ୍ର ମଲ୍ଲିକ, ଅମରେନ୍ଦ୍ର ସ୍ୱାଇଁ, ସରସ୍ଵତୀ ଶିଶୁ ମନ୍ଦିରର ଶିକ୍ଷୟିତ୍ରୀ ଲୀଳାବତୀ କିସାନ, ସୁଶିଲ ଅଗ୍ରୱାଲ, ଶାନ୍ତି ପୀଙ୍ଗ ଏବଂ ଶିବ ପ୍ରଧାନ ଉପସ୍ଥିତ ରହି ସହଯୋଗ କରିଥିଲେ।