Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁନା ଆଣିଲେ ସୁନାଝିଅ

ଖଡ଼ିଆଳ : ମଧ୍ୟପ୍ରଦେଶ ଠାରେ ଅନୁଷ୍ଠିତ ଜାତୀୟ ଖୋଖୋ ପ୍ରତିଯୋଗିତାରେ ଚମ୍ପିୟାନ ହୋଇ ସୁନା ପଦକ ଆଣିଛନ୍ତି ଖଡ଼ିଆଳର ଝିଅ ନିମା ରାଉତ। ନୂଆପଡା ଜିଲା ଖଡ଼ିଆଳ ବ୍ଲକ ଲୋହରାପାଲି ଗ୍ରାମର ବାପା ନରେଶ ରାଉତ ଓ ମା କୁମୁଦିନୀ ରାଉତଙ୍କ ଝିଅ ନିମା ତରବୋଡ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢନ୍ତି। ସେ ଜଣେ ମେଧାବୀ ଛାତ୍ରୀ ସହ ଖେଳ କୁଦରେ ରୁଚି ରଖନ୍ତି। ଏବର୍ଷ ମଧ୍ୟପ୍ରଦେଶରେ ଅନୁଷ୍ଠିତ ଖୋକୋ ପ୍ରତିଯୋଗିତାରେ ସେ ଓଡ଼ିଶାରୁ ଏକମାତ୍ର ପ୍ରତିଯୋଗୀ ଭାବରେ ମନୋନୀତ ହେବା ସହ ଅଧିକା ପଏଣ୍ଟ ରଖି ସ୍ଵର୍ଣ୍ଣ ପଦକ ପାଇଥିଲେ। ସେହିପରି ହରିୟାଣାର ପଞ୍ଚକୋଲା ଠାରେ ଅଂଶଗ୍ରହଣ କରି ରୋପ୍ୟ ପଦକ ଜିଣିଥିଲେ। ତାଙ୍କର କୃତିତ୍ୱ ପାଇଁ ବିଦ୍ୟାଳୟ ସମେତ ଗ୍ରାମରେ ଖୁସିର ମାହୋଲ୍ ଖେଳି ଯାଇଥିଲା। ସେ ଗାଆଁକୁ ପହଞ୍ଚିବା ପରେ ପରିବାର ଲୋକେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ଭବିଷ୍ୟତରେ ଅଲମ୍ପିକ୍ସରେ ଭାଗ ନେବାକୁ ଲକ୍ଷ୍ୟ ରଖିଥିବା ନିମା କହନ୍ତି|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ