Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମହାତ୍ମା ଗାନ୍ଧୀ ଏବଂ ଶାସ୍ତ୍ରୀଜୀ ଙ୍କ ଜୟନ୍ତୀ ଉତ୍ସବ ପାଳିତ

ଜମନକିରା : ଆଜି ସୋମବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମହାତ୍ମା ଗାନ୍ଧୀ ଏବଂ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟ ଲର ପ୍ରଧାନ ଆଚାର୍ଯ୍ୟ ସୁରଳୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଗୁରୁମା ସସ୍ମିତା ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ସଭାପତି ମାନନୀୟ ସାଲେକରାମ ପ୍ରଧାନ ଓ ଉପ ସଭାପତି ମାନନୀୟ ଦିଲୀପ କୁମାର ବହିଦାର ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ବିଷୟରେ ଆଲୋଚନା କରିଥିଲେ। ଶେଷରେ ବିଦ୍ୟାଳୟର ଗୁରୁମା ଛବିରାଣୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।