Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା

ଜମନକିରା : ଜମନକିରା ଶିଶୁ ବାଟିକାରେ ଆଜି ସୋମବାର ଦିନ ଆମ ମାତୃ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁରଳୀ ମିଶ୍ର ମାତୃ କର୍ମଶାଳାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ସମ୍ପାଦକ ନାରାୟଣ ସାହୁ ଶିଶୁ ପ୍ରତି ମାଆ ମାନଙ୍କର ଦାୟିତ୍ଵ ବିଷୟରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୬୨ ଜଣ ମାଆ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମକୁ ଶିଶୁ ବାଟିକା ପ୍ରମୁଖ ଆଚାର୍ଯ୍ୟ ଡିଲେଶ୍ୱରୀ ଖମାରୀ ପରିଚାଳନା କରିଥିବା ବେଳେ ଶେଷରେ ବରିଷ୍ଠ ଶିକ୍ଷକ ପଦ୍ମନାଭ ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।