Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରାରେ ଶିକ୍ଷା ସଚେତନତା ରଥର ଶୁଭ ଉଦଘାଟନ

ଜମନକିରା : ଆଜି ଜମନକିରା ଗୋଷ୍ଠୀ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷା ସଚେତନତା ରଥର ଶୁଭ ଉଦଘାଟନ କରାଯାଇଛି। ଏହି ଅବସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁକ୍ମଣ କୁମାର ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଶ୍ରୀ ଦେବକୀ ନାଏକ, ବିଡ଼ିଓ ପ୍ରସନ୍ନ କୁମାର ପଟେଲ, ଜିଲ୍ଲା ପରିଷଦ ଜୋନ୍ ୧ ସଭ୍ୟା ସୁଜାତା ଖୁଣ୍ଟିଆ ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ୭ ଦିନ ଧରି ବ୍ଲକ ଅଞ୍ଚଳରେ ପରିଭ୍ରମଣ କରିବାର ନିର୍ଦ୍ଧାରିତ କରାଯାଇଛି। ସ୍କୁଲରୁ ଅଧା ପାଠ ପଢି ଛାଡ଼ି ଦେଇଥିବା ପିଲାଙ୍କୁ ସଚେତନ କରି ପୁନର୍ବାର ପାଠ ପଢ଼ିବା ପାଇଁ ଜାଗ୍ରତ କରିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏହି ଅବସରରେ ଜମନକିରା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଆନନ୍ଦ ଚନ୍ଦ୍ର ସାହୁ, କଦଳିମୁଣ୍ଡା ସାଧନ କେନ୍ଦ୍ର ସଂଯୋଜକ ଯକ୍ତା ପ୍ରଧାନ, ସହକାରୀ ଶିକ୍ଷୟତ୍ରୀ ମିନତି ମଲ୍ଲିକ, ରାମଚନ୍ଦ୍ର ସିଂ, ପ୍ରାଥମିକ ସ୍କୁଲ ସଂଘର ସଭାପତି ଭୁବନେଶ୍ୱର ଦ୍ୱିବେଦୀ, ଅବସରପ୍ରାପ୍ତ ଶିକ୍ଷକ ଦିଲୀପ ବହିଦାର ପ୍ରମୁଖ ଉପସ୍ଥିତ ରହି ଶିକ୍ଷା ସଚେତନତା ଉପରେ ବକ୍ତବ୍ୟ ପ୍ରଦାନ କରି ରଥକୁ ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରେଇବାରେ ସହଯୋଗ କରିବେ ବୋଲି ଜଣାଯାଇଛି।