Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ’ଣ ବିଶ୍ଵକପ୍ ୨୦୨୩ରେ ରହିବ ୭୦ ମିଟରର ବାଉଣ୍ଡରୀ ? କେଉଁ ମ୍ୟାଚରେ ରହିଛି ରିଜର୍ଭ ଡେ, ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ଆଉ ୪୮ ଘଣ୍ଟା ପରେ ବାଜିବ ବିଶ୍ଵକପ୍ ୨୦୨୩ର ବିଗୁଲ। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଷ୍ଟାଡିୟମ ପ୍ରସ୍ତୁତ ଓ ଖେଳାଳି ବି ପ୍ରସ୍ତୁତ। ଅପେକ୍ଷା ଅକ୍ଟୋବର ୫ ତାରିଖକୁ। ତେବେ କଣ ରହିଛି ବିଶ୍ଵକପର ବାଉଣ୍ଡରୀ ଏବଂ ଅନ୍ୟ ସଂପର୍କିତ ନିୟମ। ଆଇସିସି ଏ ନେଇ ସ୍ପଷ୍ଟ କରିଛି।

ଆଇସିସି ଦ୍ଵାରା ଜାରି ନିୟମରେ କୁହାଯାଇଛି ଯେ, ସୀମାରେଖାର ଦୂରତା ଅତି କମରେ ୬୫ ଗଜ ଅର୍ଥାତ ୫୯.୪୩ ମିଟର ରହିବା ଦରକାର। ଏହା ପରେ ୩ ଗଜ୍ ଅର୍ଥାତ ୨.୪୫ ମିଟର ସ୍ଥାନ ଖାଲି ରହିବା ଉଚିତ୍। ଏହା ପରେ ଫ୍ଲେକ୍ସ କିମ୍ବା ହାର୍ଡ ଡିଜିଟାଲ୍ ବୋର୍ଡର ବ୍ୟବହାର କରାଯାଇ ପାରିବ। ପିଚର କେନ୍ଦ୍ରରୁ ସୀମା ରେଖାର ଦୂରତା ସର୍ବାଧିକ ୯୦ ଗଜ ଅର୍ଥାତ ୮୨.୨୯ ମିଟରରୁ ଅଧିକ ରଖାଯାଇ ପାରିବ ନାହିଁ।

ଆଇସିସି ରିଜର୍ଭ ଡେକୁ ନେଇ ମଧ୍ୟ ନିୟମ ସ୍ପଷ୍ଟ କରି ଦେଇଛି। ସେମି ଫାଇନାଲ୍ ଓ ଫାଇନାଲ୍ ପାଇଁ ରିଜର୍ଭ ଡେ ରହିବ। ଯଦି ମ୍ୟାଚ୍ ନିର୍ଦ୍ଧାରିତ ଦିନ ପୂରା ନ ହୁଏ ତେବେ ରିଜର୍ଭ ଡେରେ ଖେଳାଯିବ। ସେମି ଫାଇନାଲ୍ ଓ ଫାଇନାଲ୍ ସମେତ ଟୁର୍ଣ୍ଣାମେଣ୍ଟର ଅନ୍ୟ ସମସ୍ତ ମ୍ୟାଚ୍ ଟାଇ ହେଲେ ସୁପର ଓଭର ଖେଲାଯିବ। ସୁପର ଓଭର ସେ ପର୍ଯ୍ୟନ୍ତ ଖେଳାଯିବ, ଯେ ପର୍ଯ୍ୟନ୍ତ ମ୍ୟାଚର ଫଳାଫଳ ବାହାରି ନାହିଁ।

ଯଦି ରିଜର୍ଭ ଡେ ଦିନରେ ମ୍ୟାଚ୍ ପୂରା ନ ହୁଏ ତେବେ ସେମି ଫାଇନାଲରେ ସେହି ଦଳକୁ ବିଜୟୀ ଘୋଷିତ କରାଯିବ ଯିଏ ଲିଗ୍ ପର‌୍ୟ୍ୟାୟରେ ଅଧିକ ମ୍ୟାଚ୍ ଜିତିଥିବ ଏବେଂ ନେଟ୍ ରନ ରେଟ୍ ଉନ୍ନତ ଥିବ। ଫାଇନାଲ୍ ମ୍ୟାଚ୍ ଯଦି ନିର୍ଦ୍ଧାରିତ ଦିନ ଏବଂ ରିଜର୍ଭ ଡେରେ ପୂରା ନ ହୁଏ ତେବେ ଦୁଇ ଦଳକୁ ବିଜେତା ଘୋଷିତ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ