ଜମନକିରା : ଜମନକିରା ଥାନା ବଡରମା ପଞ୍ଚାୟତ ଷଣ୍ଢପଥର ର ଏକ ହାର୍ଭେଷ୍ଟର ରୁ ଲୁହା ଚୋରି କରିବା ଅଭିଯୋଗରେ ଆଜି ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠେଇ ଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ ଯେ, ଷଣ୍ଢପଥର ର ଶିବ ପ୍ରଧାନ ତାଙ୍କ ହାରଭେଷ୍ଟର କୁ ବାଡ଼ି ପଟେ ଚାଷ ହେଉନଥିବା ଯୋଗୁଁ ରଖି ଦେଇଥିଲେ। ତେବେ ଚେମୁଣ୍ଡା ଗାଁର ଆକାଶ ଶବର(୪୦), ବିକାଶ ଶବର (୨୫) ଏବଂ ପିଣ୍ଟୁ ମୁଣ୍ଡା (୨୫) ମିଶି ପ୍ରାୟ ସାଢେ଼ ୩ କୁଇଣ୍ଟାଲ ଲୁହା ସାମଗ୍ରୀ ଛେମୁଣ୍ଡା ଗାଁର ନରୋତ୍ତମ ଭଇଁସାଙ୍କ ଟ୍ରାକ୍ଟର(ଓଆର ୧୫ଟି ୩୪୦୭)ରେ ଚୋରି କରିନେଇଥିଲେ। ପରେ ଉକ୍ତ ଲୁହା ଗୁଡ଼ିକୁ ଜମନକିରା ରାଧାକୃଷ୍ଣପଡ଼ା ର ବିଜନ ଦେବନାଥ ଓରଫ ଖକନ୍(୫୫) କୁ ବିକ୍ରି କରିଥିଲେ। ପୁନର୍ବାର ଉକ୍ତ ଲୁହା ସାମଗ୍ରୀ କୁ ଖକନ କୁଚିଣ୍ଡା ଥାନା ୪ ନ. ୱାର୍ଡର ମନୋଜ କୁମାର ରାୟ (୩୮), ଯିଏକି ମାଳିପଡ଼ାରେ କବାଡି ଖାନା କରିଛି, ତାକୁ ବିକ୍ରି କରିଥିଲେ। ଏନେଇ ଶିବ ଜମନକିରା ଥାନାରେ ଲିଖିତ ଅଭିଯୋଗ କ୍ରମେ ପୋଲିସ ୧୨୫/୨୩ (୩୭୯/୪୧୧/୩୪)ରେ ଏକ ମାମଲା ରୁଜୁ କରି ଆଜି ୫ ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିଲା। ଏଥିରେ ବ୍ୟବହୃତ ହୋଇଥିବା ଟ୍ରାକ୍ଟର ଏବଂ ସାଢେ଼ ୩ କୁଇଣ୍ଟାଲ ଲୁହାକୁ ଜବତ କରିଛି।