Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ଓ ଗୋବରା ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ରେ ସ୍ୱଚ୍ଛତା ହିଁ ସେବା କାଯ୍ୟକ୍ରମ

ବେଲଗୁଣ୍ଠା,03/10,ବେଲଗୁଣ୍ଠା ବ୍ଳକ୍ ବେଲଗୁଣ୍ଠା ଏବଂ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, ସମସ୍ତ କାଉନସିଲର୍, ସମାଜସେବୀ ଶୂଳପାଣି ଶତପଥୀ,ଶିକ୍ଷାବିତ୍ ବିଷ୍ଣୁପ୍ରସାଦ ପଣ୍ଡା,ଡାକ୍ତର ଏସ୍. ପାଣିଗ୍ରାହୀ, ମେଡ଼ିକାଲ୍ ଅଫିସର୍ ଡାକ୍ତର ସବିତା ବେହେରା,ସମିତିସଭ୍ୟ କୁଞ୍ଜବିହାରୀ ନାୟକ, ବିଭୂପାଦ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେବା ସହ କାର୍ଯ୍ୟକ୍ରମରେ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀ ସହଯୋଗ କରିଥିଲେ I ଏହି ଅବସରରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ରକ୍ତଦାନ ଶିବିର ଏବଂ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହା ସହିତ ଅଙ୍ଗଦାନ ପାଇଁ ଏକ ସଚେତନ ମୂଳକ କାର୍ଯ୍ୟକ୍ରମ ହୋଇଥିଲା I ସମସ୍ତ କାର୍ଯ୍ୟକ୍ରମକୁ ବିପିଏମ୍ ଦୂର୍ଗା ପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ I ସେହିପରି କ୍ଷତ୍ରିୟବରପୁର ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡ଼ଙ୍ଗୀଙ୍କ ସମେତ ଏବିଇଓ ଗୋବିନ୍ଦ ଚନ୍ଦ୍ର ପାଢୀ,ସମାଜସେବୀ ଶୂଳପାଣି ଶତପଥୀ,ବିପିଏମ୍ ଦୂର୍ଗା ପ୍ରସାଦ ପଟ୍ଟନାୟକ,ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମାନସୀ ଦାସ,ତେଜସ୍ୱୀନୀ ସ୍ଵେଚ୍ଛାସେବୀ ସଂଗଠନ ସଦସ୍ୟ,ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଆଶା କର୍ମୀ, ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ଥିଲେ I ଏହି ଅବସରରେ ବିଦ୍ୟାଳୟରେ ସ୍ଵଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମ କରାଯିବା ସହିତ ସଚେତନତା ଶୋଭାଯାତ୍ରା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ତେଜସ୍ୱୀନୀ ସଂଗଠନର ସମସ୍ତ ସଦସ୍ୟ,ବନ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ଚାରା ଯୋଗାଇଦେଇଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ