Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସିଲା ଡିଜେ ଆଜେକ୍ସଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ; ଜଣା ପଡ଼ିଲା ସତ!

ଭୁବନେଶ୍ବର: ବହୁ ଚର୍ଚ୍ଚିତ ତଥା ଓଡିଶାର ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ଆତ୍ମହତ୍ୟା ମାମଲା। ଗତ ଶନିବାର ଦିନ ଡିଜେ ଆଜେକ୍ସଙ୍କ ମୃତଦେହ ତାଙ୍କ ଖାରବେଳ ନଗର ସ୍ଥିତ ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା। ଏବେ ଡିଜେ ଆଜେକ୍ସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ରିପୋର୍ଟରୁ ଶ୍ୱାସରୁଦ୍ଧ ହୋଇ ଡିଜେ ଆଜେକ୍ସଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏ ନେଇ କ୍ୟାପିଟାଲ ହସପିଟାଲ ଡାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।

ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ ଡିଜେ ଆଜେକ୍ସ ବେକରେ ଦାଗ ରହିଛି। ଡିଜେ ଆଜେକ୍ସଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ପୁଲିସକୁ ହସ୍ତାନ୍ତର କରାଯାଇଛି।

ଡିଜେ ଆଜେକ୍ସଙ୍କ ମୃତ୍ୟୁ ପଛରେ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ହାତ ଥିବା ତାଙ୍କ ପରିବାର ଲୋକ ସନ୍ଦେହ କରୁଥିବା ପୋଲିସ ଏହାକୁ ତଦନ୍ତ ଜାରି ରଖିଛି।

ଏହାସହ ଆଜେକ୍ସଙ୍କ କଲ୍ ଡିଟେଲ, ହ୍ୱାଟ୍‌ସ ଆପ୍ ଚାଟ୍‌ ଓ ମେସେଜ ମଧ୍ୟ ଯାଞ୍ଚ କରୁଛି ପୋଲିସ। ଏହାସହିତ ତାଙ୍କ ଆକାଉଣ୍ଟ ଡିଟେଲ୍ସ ରିପୋର୍ଟ ମଧ୍ୟ ମଗାଇଛଇ ପୋଲିସ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ