Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲ୍ୟ ବିବାହ ରୋକ ନେଇ ସଚେତନା କାର୍ଯ୍ୟକ୍ରମ

ଜମନକିରା : ଜମନକିରା ବ୍ଲକ ସାମ୍ବାଦିକ ସଂଘ ସଭା ଗୃହରେ ଆଜି ଗୁରୁବାର ଦିନ ବାଲ୍ୟ ବିବାହର କୁପରିଣାମ ଏବଂ ଏହାକୁ ରୋକିବା ଦିଗ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ସିଡି ପକ୍ଷରୁ ଆୟୋଜନ କରାଯାଇଥିଲା। ଅନୁଷ୍ଠିତ ଏହି ସଚେତନତା ବୈଠକରେ ସିଡି ର ପ୍ରକଳ୍ପ ନିର୍ଦ୍ଦେଶକ ଭୁବନେଶ୍ୱର ଦ୍ୱିବେଦୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ଦେବକୀ ନାଏକ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ସିଡିପିଓ ପ୍ରାଣେଶ୍ୱରୀ ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷକ ମାୟା କାଲୋ, କରଙ୍ଗପାଣି ପୂର୍ବତନ ସରପଂଚ ମନୋଜ ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଗୁରୁଚରଣ ପଟେଲ, ସମାଜ ସେବୀ ଲକ୍ଷ୍ମୀଧର ବିନ୍ଧାଣୀ, ଶ୍ରୀବତ୍ସ କାଲୋ, ସଂଯୋଜକ ପ୍ରଶାନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ବାଲ୍ୟ ବିବାହର କୁପରିଣାମ, ବାଲ୍ୟ ବିବାହ ନିରାକରଣର ସୁଦୂର ପ୍ରସାରୀ ଉପଯୋଗୀତା, ବାଲ୍ୟ ବିବାହ ରୋକିବା ପାଇଁ ଆଇନଗତ ବ୍ୟବସ୍ଥା, ବାଲ୍ୟ ବିବାହ ଘଟଣାରେ ସଂପୃକ୍ତ ଥିବା ଅପରାଧୀ, କେଉଁମାନେ ଏନେଇ ଅଭିଯୋଗ କରିପାରିବେ ଏବଂ କେଉଁଠାରେ ଅଭିଯୋଗ କରାଯିବ ସେନେଇ ବିସ୍ତୃତ ଭାବେ ପ୍ରଶ୍ନ ଉତ୍ତର ମାଧ୍ୟମରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ନିର୍ଦ୍ଦେଶକ ଶ୍ରୀ ଦ୍ୱିବେଦୀ ପରିଚାଳନା କରିଥିବା ବେଳେ ସମୀର କୁମାର ମହାମଲ୍ଲିକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଶେଷରେ ସଂଯୋଜକ ସଞ୍ଜୟ କୁମାର ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତପନ କୁମାର ପ୍ରଧାନ, ବିନ୍ଦୁ ଛତର, ସୋଭାଙ୍ଗିନି ସାହୁ ଏବଂ ପ୍ରଦୀପ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।