Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ୟ ପ୍ରାଣୀ ସପ୍ତାହ ପାଳନ;ପ୍ରାଣୀଙ୍କୁ ଭଲ ପାଇବା ଏକ ଭଲ ଗୁଣ

ଜମନକିରା : ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ କୁଚିଣ୍ଡା ରେଞ୍ଜ ପ୍ରକୃତି ମିତ୍ରରେ ପୁରସ୍କୃତ ହୋଇଥିବା ଭାତପୁରା ଉଚ୍ଚ ବିଦ୍ୟାଳୟରେ ଆଜି ବିଶ୍ଵ ବନ୍ୟ ପ୍ରାଣୀ ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ରତନଲାଲ ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ତିନି ଥର ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଓ ନବ ମନୋନୀତ ବନ୍ୟପ୍ରାଣି ୱାର୍ଡେନ ସୁବାସଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଣିଷ ସମାଜ ବନ୍ୟପ୍ରାଣୀଙ୍କୁ ଭଲ ପାଇବା ଏକ ଭଲ ଗୁଣ ବୋଲି ମତ ପ୍ରକାଶ କରିଥିଲେ। ପୁରାଣ ବର୍ଣ୍ଣିତ ଦେବତା ମାନଙ୍କ ବାହନ ବିଭିନ୍ନ ପଶୁ ହୋଇଥିବାରୁ ସେମାନେ ମଧ୍ୟ ସମ୍ମାନ ପାଇବାର ପାତ୍ର ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁଚିଣ୍ଡା ଏସବିଆଇ।ଲାଇଫ ର ସହକାରୀ ମ୍ୟାନେଜର ଆଲ୍ଫା ନାୟକ, ସହକାରୀ ଶିକ୍ଷକ ସୁବ୍ରତ କୁମାର ପଣ୍ଡା, ସୁମନ୍ତ ମହାକୁଳ ମଞ୍ଚାସିନ ଅତିଥି ଭାବରେ ସପ୍ତାହ ପାଳନର ଆବଶ୍ୟକତା ଉପରେ ମତ ରଖିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁଶ୍ରୀ ପୂଜା ସିଂହ, ପୁଷ୍ପା ସିଂହ ଓ ରଞ୍ଜନ ସୁରିନ ମଧ୍ୟ ଅଭିଭାଷଣ ମାଧ୍ୟମରେ ପ୍ରାଣୀଙ୍କ ଯିବ ଜଗତ ପ୍ରତି ଥିବା ଅବଦାନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ପ୍ରଥମ ସବୁଜ ଆନ୍ଦୋଳନର ଆଦ୍ୟ ପ୍ରବର୍ତ୍ତକ ଡ. ଏମଏସ ସ୍ୱାମିନାଥନଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରି ସ୍ବର୍ଗତ ଆତ୍ମାର ସଦଗତି କାମନା କରାଯାଇଥିଲା। ଶେଷରେ ଖେଳ ଶିକ୍ଷକ ପ୍ରଦୀପ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ମଧୁସ୍ମିତା ବହିଦାର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।