Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଣି ରେ ବୁଡି ଜଣେ ମୃତ।

ଲକ୍ଷ୍ମୀପୁର ୦୬।୧୦ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ବୁର୍ଜା ଗ୍ରାମରେ ପାଣିରେ ବୁଡି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଲକ୍ଷ୍ମୀପୁର ଥାନାରେ ୧୧/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ ବୁର୍ଜା ଗାଁ ଆଦିବାସୀ ସାହି ର ସୁନ୍ଦୁରୁ ମିଣିଆକା(୫୦) ଆଜି ସକାଳେ ଶୌଚ ହେବା ପାଇଁ ଗାଁ ନିକଟସ୍ଥ କେନାଲକୁ ଯାଇଥିଲେ।ସୁନ୍ଦରୁ ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ସେଇ କେନାଲ ରେ ପହଞ୍ଚି ଦେଖିଥିଲେ,ପାଣି ଭିତରେ ସିଏ ପଡ଼ି ଯାଇଥିବା ଜାଣି ସେଠାରୁ ତାଙ୍କୁ ଉଦ୍ଧାର କଲା ପରେ ତାଙ୍କର ମୃତ୍ୟୁ ହୋଇ ସାରିଥିବା ଜାଣି ପାରି ଲକ୍ଷ୍ମୀପୁର ଥାନାରେ ତାଙ୍କ ମାମୁଁ ଏକ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗକୁ ଆଧାର କରି ଲକ୍ଷ୍ମୀପୁର ପୋଲିସ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ତଦନ୍ତକାରୀ ଅଫିସର ରମେଶ କିନ୍ତାଲୁ ପ୍ରକାଶ କରିଛନ୍ତି।ଏନେଇ ସାହିରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ