Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇଜର ଶିକ୍ଷାନୁଷ୍ଠାନ ହଷ୍ଟେଲ ରେ ଛାତ୍ର ଙ୍କ ଆତ୍ମହତ୍ୟା

ଗୋପାଳପୁର,୦୬/୧୦ ଗୋଳନ୍ଥରା ଥାନା ଅନ୍ତର୍ଗତ ଲଉଡିଗାଁ ଠାରେ ଥିବା ଆଇଜର ସ୍ଥାୟୀ କ୍ୟାମ୍ପସ ପରିସରରେ ଥିବା ବାଳକ ହଷ୍ଟେଲ ରେ ଜଣେ ପ୍ରଥମ ବର୍ଷ ଛାତ୍ର ଫ୍ୟାନ ହୁକ୍ ରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।ମୃତ ଛାତ୍ର ଜଣଙ୍କ ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ବାଲେଶ୍ଵର ସଦର ଥାନା ଅଧୀନସ୍ଥ ଡୁମା ଡିହି ର ସୌମ୍ୟ ସତ୍ୟ ମକର ମୁର୍ମୁ (୧୮) ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ଆଜି ସକାଳ ସାଢେ଼ ୧୧ ଟା ବେଳେ ଆଇଜର ପକ୍ଷରୁ ଫୋନ‌ ଯୋଗେ ଗୋଳନ୍ଥରା ଥାନା କୁ ପ୍ରଥମ ବର୍ଷ ଛାତ୍ର ସୌମ୍ୟ ହଷ୍ଟେଲ ରୁମ ପରିସରରେ ଆତ୍ମହତ୍ୟା କରିଥିବା ସୂଚନା ଦିଆଯାଇଥିଲା। ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦେଖିବା ସମୟରେ ବାଳକ ହଷ୍ଟେଲ ର ୭ ମ ମହଲାର ୭୨୪ ନଂ ରୁମ ରେ ସୌମ୍ୟ କୋଠାରୀ ର ଫ୍ୟାନ ରେ ଏକ ଗାମୁଛା ସାହାଯ୍ୟ ରେ ଝୁଲି ଥିବା ଦେଖିବାକୁ ପାଇଥିଲେ।ଆଇଜର କର୍ତ୍ତୁପକ୍ଷଙ୍କ ଉପସ୍ଥିତ ରେ ସୌମ୍ୟ ଙ୍କ ଶରୀର କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ପୁଲିସ ସୂଚନା ଦେଇଛନ୍ତି। ଅନ୍ୟ ପଟେ ମୃତ ସୌମ୍ୟ ଗତ ୨୦ ଦିନ ହେଲା ଅନୁଷ୍ଠାନ କୁ ଆସିଥିବା ବେଳେ ହଷ୍ଟେଲ ର ରହି ଆସୁଥିଲେ।କିପରି ଓ‌ କାହିଁକି ସୌମ୍ୟ ଆତ୍ମହତ୍ୟା କଲେ ତାହାକୁ ନେଇ ପୁଲିସ ତଦନ୍ତ କରୁଥିବା ସହ କୋଠରୀ ପରିସରରୁ ଛାତ୍ର ଙ୍କ ମୋବାଇଲ କୁ ଜବତ କରିଥିବା ସହ ସୌମ୍ୟ ପରିବାର ବର୍ଗ ପହଞ୍ଚିବା ପରେ ମୋବାଇଲ ଯାଞ୍ଚ କରାଯିବାସହ ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories