Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମ୍ୟାଚ୍ ପୂର୍ବରୁ ଗିଲଙ୍କ ଫିଟନେସକୁ ନେଇ ଅପଡେଟ୍ ଦେଲେ ରୋହିତ ଶର୍ମା, କହିଲେ…

ଚେନ୍ନାଇ: ଭାରତୀୟ ଅଧିନାୟକ ରୋହିତ ଶର୍ମା ବିଶ୍ଵକପ୍ ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଶୁଭମନ ଗିଲକୁ ନେଇ ବଡ଼ ସୂଚନା ଦେଇଛନ୍ତି। ଗିଲ ଏବେ ଡେଙ୍ଗୁ ଜ୍ଵରରେ ପୀଡ଼ିତ। ତେବେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଏ ଯାଏଁ ସେ ବାଦ୍ ପଡ଼ି ନାହାନ୍ତି ବୋଲି ରୋହିତ କହିଛନ୍ତି।

ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଆଜି ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କଡ଼ା ମୁକାବିଲା ହେବାକୁ ଯାଉଛି। ଏହି ମ୍ୟାଚ୍ ଅପରାହ୍ଣ ୨ଟାରେ ଆରମ୍ଭ ହେବ। ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଶୁଭମନ ଗିଲ୍ ସ୍ଵାସ୍ଥ୍ୟ ବିଗିଡ଼ିଛି। ଦଳ ପ୍ରବନ୍ଧକ ଓ ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି। ତାଙ୍କୁ ସୁସ୍ଥ ହେବା ପର‌୍ୟ୍ୟନ୍ତ ସୁଯୋଗ ଦିଆଯିବ। ଆମେ ଦେଖିବାକୁ ଚାହିଁବୁ ଯେ, ମ୍ୟାଚ୍ ପୂର୍ବରୁ ସେ କେମିତି ଅନୁଭବ କରୁଛନ୍ତି।

ରୋହିତ ଶର୍ମା କହିଛନ୍ତି ଯେ, ଆଜିର ମ୍ୟାଚରେ ଭାରତ ତିନି ଜଣ ସ୍ପିନରଙ୍କ ସହ ମଇଦାନକୁ ଓହ୍ଲାଇପାରେ। ହାର୍ଦ୍ଦିକ ପାଣ୍ଡ୍ୟା ସଂପୂର୍ଣ୍ଣ ଦ୍ରୁତ ବୋଲର ହୋଇଥିବାରୁ ଭାରତ ନିକଟରେ ତିନି ସ୍ପିନର ଓ ତିନି ଦ୍ରୁତ ବୋଲର ଖେଳାଇବାର ବିକଳ୍ପ ରହିଛି। ରୋହିତ ଏହା ମଧ୍ୟ ସଙ୍କେତ ଦେଇଛନ୍ତି ଯେ, ବିଶ୍ଵକପରେ ଯଦି ଖେଳାଳି ଅନଫିଟ୍ ନ ହୁଅନ୍ତି ତେବେ ୯ କିମ୍ବା ୧୦ ଜଣ ଖେଳାଳି ସମସ୍ତ ମ୍ୟାଚ୍ ଖେଳିବେ। ପରିସ୍ଥିତି ଅନୁସାରେ ଚୂଡ଼ାନ୍ତ ଏକାଦଶରେ ଗୋଟିଏ କି ଦୁଇଟି ପରିବର୍ତ୍ତନ ହୋଇପାରେ। ରୋହିତ କହିଛନ୍ତି, ଆମେ ନିଶ୍ଚିତ ଭାବେ ଏମିତି ଏକ ଦଳ ପ୍ରସ୍ତୁତ କରିବାକୁ ଚାହୁଁ ଯେଉଁଠି ଆମେ ସର୍ବଶ୍ରେଷ୍ଠ ଏକାଦଶ ଚୟନ କରି ପାରିବୁ ବୋଲି ରୋହିତ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ